Below header

ଅନ୍ତିମ ପର୍ଯ୍ୟାୟରେ ବିଜେପୁର ପ୍ରଚାର ଯୁଦ୍ଧ, ଆସନ୍ତାକାଲି ସରିବ କ୍ୟାମ୍ପେନ୍

ବିଜେପୁର(କେନ୍ୟୁଜ୍):  ଅନ୍ତିମ ପର୍ଯ୍ୟାୟରେ ବିଜେପୁର ପ୍ରଚାର ଯୁଦ୍ଧ । ଆସନ୍ତାକାଲି ସରିବ କ୍ୟାମ୍ପେନ । ନେତାଙ୍କୁ ଘଡ଼ିଏ ଫୁରସତ ନାହିଁ । ସମସ୍ତେ ଦିନରାତି ଜନସମର୍ଥନ ଯୋଗାଡ଼ରେ ଲାଗିଛନ୍ତି । ଗତକାଲି ପରି ଆଜି ଗାଇସିଲେଟ ବ୍ଲକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟଭିକ୍ଷା କରିବେ । ବିଭିନ୍ନ ସ୍ଥାନରେ ରୋଡ ସୋ ସହ ହାଇଟେକ୍ ବସରେ ଜନସମର୍ଥନ ଲୋଡିବେ । ସେହିପରି ପ୍ରଚାର ସରିବାକୁ କମ ସମୟ ଥିବାରୁ ବିଜେପି ଓ କଂଗ୍ରେସ ବି ପ୍ରଚାରରେ ଦମ୍ ଲଗେଇ ଦେଇଛି। ବିଭିନ୍ନ ଗାଁରେ ଚାଲିଛି ରୋଡ ସୋ ଓ ଡୋର ଟୁ ଡୋର କ୍ୟାମ୍ପେନ୍‌। ପ୍ରଚାର ମଙ୍ଗ ଧରିଛନ୍ତି ଦଳର ବରିଷ୍ଠ ନେତା। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ । ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ଦଳର ନେତା ମାନେ ଭୋଟ୍ ମାଗିଛନ୍ତି । ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ପଡିବ । ଆସନ୍ତା ୨୪ ତାରିଖ ଫଳାଫଳ କହିବ କାହାର ଦମ୍ କେତେ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.