କରଓ୍ଵା ଚୌଥରେ ଅନୁଷ୍କାଙ୍କ ସହ ବିରାଟ ମଧ୍ୟ ରଖିଲେ ବ୍ରତ, ସୋସିଆଲ ମିଡଆରେ ସେୟାର କଲେ ଫଟୋ

ପୁରା ଦେଶରେ କରଓ୍ଵା ଚୌଥ ପର୍ବ ପାଳନ ହୋଇସାରିଛି। ଏହି ପର୍ବ କ୍ରିକେଟ ଷ୍ଟାର ମଧ୍ୟ ଖୁବ୍ ଧୂମଧାମରେ ପାଳନ କରିଛନ୍ତି। ଅନେକ କ୍ରିକେଟରମାନଙ୍କ ପତ୍ନୀମାନେ ନିଜର ସୁହାଗ ପାଇଁ ବ୍ରତ ରଖିବା ସହ ସ୍ୱାମୀମାନଙ୍କର ଦୀର୍ଘ ଆୟୁସ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ମଧ୍ୟ ପତି ବିରାଟ କୋହଲିଙ୍କ ପାଇଁ ବ୍ରତ ରଖିଥିଲେ।
ଏହି ପର୍ବ ଅବସରରେ ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ଟ୍ଵିଟ କରି ଲେଖିଛନ୍ତି, ‘ଯେଉଁ ଲୋକମାନେ ସାଥିରେ ଉପବାସ କରିଥାନ୍ତି, ସେମାନେ ସର୍ବଦା ସାଥିରେ ହସିଥାନ୍ତି, କରଓ୍ଵା ଚୌଥ ର ଶୁଭକାମନା।’
The ones who fast together laugh together ❤️😃. Happy karvachauth 😇 pic.twitter.com/7KQXp0Jkcc
— Virat Kohli (@imVkohli) October 17, 2019
ସେହିଭଳି କ୍ରିକେଟର ଶିଖର ଧଓ୍ଵନ ମଧ୍ୟ ପତ୍ନୀ ଆଇସା ଧବଓ୍ଵଙ୍କ ସହ ଫଟୋ ସେୟାର କରି ଲୋକମାନଙ୍କୁ କରଓ୍ଵା ଚୌଥର ଶୁଭକାମନା ଜଣାଇଛନ୍ତି। ଶିଖର ଧବଓ୍ଵ ଫଟୋ ସେୟାର କରି ଲେଖିଛନ୍ତି, ‘ହାପି କରଓ୍ଵା ଚୌଥ ମେରେ ପ୍ୟାର। ତୁମେ ଦୂରରେ ଅଛ, କିନ୍ତୁ ତଥାପି ତୁମେ ସର୍ବଦା ମୋ ପାଖରେ ରହିଥାଅ। ତୁମକୁ ଦେଖିବା ପାଇଁ ମୁଁ ଆ ଅପେକ୍ଷା କରି କରିପାରୁନି। ଲଭ୍ ୟୁ ଲଟସ୍ ଆଇସା। ଅନ୍ୟ ସମସ୍ତ ବିବାହିତ ଦମ୍ପତିମାନଙ୍କୁ ମଧ୍ୟ ମୋର ଶୁଭକାମନା। ଈଶ୍ୱର ଆପଣ ସମସ୍ତିଙ୍କୁ ଜୀବନ ସାରା ଶାନ୍ତିପୂର୍ଣ୍ଣ ରଖନ୍ତୁ।’
Happy #KarwaChauth my love, you are far but still always close to me. Cannot wait to see you soon. love u lots #AeshaDhawan.
Wishing all other married couples as well. May God bless you all with a peaceful long life together. 🙏 pic.twitter.com/gNa9h1QbLF— Shikhar Dhawan (@SDhawan25) October 17, 2019
ସୁରେଶ ରାଇନା ମଧ୍ୟ କରଓ୍ଵା ଚୌଥ ପର୍ବ ପାଳନ କରିବାରେ ପଛରେ ରହିନଥିଲେ। ପତ୍ନୀ ପ୍ରିୟଙ୍କା ଚୌଧୂରୀ ରାଇନାଙ୍କ ସହ ଫଟୋ ସେୟାର କରି ସମସ୍ତିଙ୍କୁ ‘ହାପି କରଓ୍ଵା ଚୌଥ’ର ଶୁଭକାମନା ଜଣାଇଥିଲେ।
#HappyKarwaChauth ❤️ pic.twitter.com/dVdx8iyhBx
— Suresh Raina🇮🇳 (@ImRaina) October 17, 2019
ଅନ୍ୟପଟେ ପୂର୍ବ ବ୍ୟାଟସମ୍ୟାନ୍ ବିରେନ୍ଦ୍ର ସହବାଗ ମଧ୍ୟ ପତ୍ନୀଙ୍କ ସହ ଫଟୋ ସେୟାର କରିଥିଲେ। ବିରେନ୍ଦ୍ର ସହବାଗ ଫଟୋ ସେୟାର କରି ଲେଖିଛନ୍ତି, ‘ ବହୁତ ସମ୍ମାନ ଜନକ, ଭଲପାଇବା ଓ ଶ୍ରଦ୍ଧାର ପର୍ବ କରଓ୍ଵା ଚୌଥ ଏବଂ ଚାନ୍ଦ।’
Bahut Ghazab, Prem aur Shraddha #KarwaChauth #Chand pic.twitter.com/de4AtciqBa
— Virender Sehwag (@virendersehwag) October 17, 2019