ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା: ପଞ୍ଚଭୂତରେ ଲୀନ ହେଲେ ଯୁବ ଓଡ଼ିଆ ବୈଜ୍ଞାନିକ ସତ୍ୟମ୍ବଦ ପାତ୍ର

କାମାକ୍ଷାନଗର (କେନ୍ୟୁଜ): ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡିଆ ଯୁବକ ସତ୍ୟମ୍ବଦ ପାତ୍ରଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟାରେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀର ତାଙ୍କ ଗାଁ ଢେଙ୍କାନାଳ ଜିଲ୍ଲା ଭୁବନରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀରକୁ ବୁଦ୍ଧେଶ୍ବର ନିକଟ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ତାପରେ ସେଠାରେ ଶୋକାକୁଳ ପରିବେଶରେ ବ୍ରାହ୍ମଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ଲୋକାରଣ୍ୟ ହେବା ସହ କାନ୍ଦ ବୋବାଳିରେ ଫାଟି ପଡିଥିଲା ଶ୍ମଶାନ।

ମଙ୍ଗଳବାର ଆରବସାଗରରେ ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣାରେ ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ । ତାଙ୍କର ଗତବର୍ଷ ବାବାହ ହୋଇଥିଲା । ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ପାତ୍ର ଷ୍ଟେନୋ ଭାବେ କାମ କରନ୍ତି। ତାଙ୍କ ମା ମାଲକାନଗିରି ରେ ଶିକ୍ଷୟତ୍ରୀ ଅଛନ୍ତି। ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ତିର୍ତୋଲ େ କଲେଜ ରେ ଜିୟୋଲିଜ୍ ପାଠ ସାରି ରାଉରକେଲା NIIT ରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ।

ଏହାସହ ୟୁପିଏସି ପାଠପଢି ଆଗକୁ ଆଇଏସ ହେବାକୁ ପ୍ରସ୍ତୁତି ଚଳାଇଥିଲେ । ୩ ବର୍ଷ ତଳେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ସକାଳ ୧୧ଟା ସମୟରେ ବମ୍ବେ ଉପକୂଳରୁ ପ୍ରାୟ ୧୧୧ କିମି ଦୂରରେ ଆରବ ସାଗରରେ ହେଲିକପ୍ଟରଟି ଖସି ପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଓଏନ୍‌ଜିସିର ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଓ ୭ ଜଣ ଓଏନ୍‌ଜିସି କର୍ମଚାରୀ ଥିଲେ । ରେସ୍କ୍ୟୁ ଅପରେସନରେ ୩ ଜଣ ଓଏନ୍‌ଜିସି କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିଲା ଏବଂ ଓଏନ୍‌ଜିସିର ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.