ଆରମ୍ଭ ହେଲା ଅମରନାଥ ଯାତ୍ରା : ପ୍ରଥମ ବ୍ୟାଚରେ ଗଲେ ପ୍ରାୟ ୫ ହଜାର ତୀର୍ଥଯାତ୍ରୀ

ନୂଆଦିଲ୍ଲୀ: ଆଜିଠୁ ପବିତ୍ର ଅମରନାଥ ଯାତ୍ରା। ଅଗଷ୍ଟ ୧୧ ପର୍ଯ୍ୟନ୍ତ ୪୩ ଦିନ ଧରି ଚାଲିବ ଅମରନାଥ ଯାତ୍ରା। କରୋନା ପାଇଁ ଦୁଇ ବର୍ଷ ବନ୍ଦ ଥିଲା ଯାତ୍ରା । ତୀର୍ଥଯାତ୍ରୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଂକା ଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଅମରନାଥ ଗୁମ୍ଫାକୁ ଯାଇଥିବା ଦୁଇଟି ରାସ୍ତାରେ ୮୦ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ସମସ୍ତ ତୀର୍ଥଯାତ୍ରୀଙ୍କ ଦେହରେ ଲୋକେସନ୍‌ ଚିପ୍‌ ଲାଗିବ। ଚଳିତ ବର୍ଷ ସବୁଠୁ ବଡ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିଆରପିଏପ୍‌ କାଶ୍ମୀର ଆଇଜି ନିଜେ ଅମରନାଥ ଗୁମ୍ଫା ପରିଦର୍ଶନ କରି ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଥମ ବ୍ୟାଚ୍‌ ତୀଥଯାତ୍ରୀ ଉଧମପୁରରେ ପହଞ୍ଚିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବାହାରିଛନ୍ତି ପ୍ରାୟ ୫ ହଜାର ଶ୍ରଦ୍ଧାଳୁ।

‘ବମ୍‌ ବମ୍‌ ଭୋଲେ’ ଏବଂ ‘ଜୟ ବରଫାନି ବାବା କି’ ସ୍ଲୋଗାନ ଦେଇ ତୀର୍ଥଯାତ୍ରୀମାନେ କଡା ସୁରକ୍ଷା ମଧ୍ୟରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ବାହାରି ପହଲଗାମ ଏବଂ ବାଲତାଲ ବେସ କ୍ୟାମ୍ପ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ତୀର୍ଥଯାତ୍ରୀଙ୍କ ଗତିବିଧି ତଥା କଲ୍ୟାଣ ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ସରକାର ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥ‌ା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.