Below header

ସ୍କୁଲରେ ପାଠ ପଢ଼ାଇଲେ ଆଇନ୍‌ ମନ୍ତ୍ରୀ

ସୁନ୍ଦରଗଡ଼/ରାଉରକେଲା (କେ ନ୍ୟୁଜ୍‌) : ପାଠ ପଢ଼ାଇଲେ ଆଇନ୍‌ ମନ୍ତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଗସ୍ତରେ ଆସିଥିବା ଅବସରରେ ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହିତ କୁମଝରିଆ ସରକାରୀ ହାଇସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଇଛନ୍ତି । ପରେ ପିଲାଙ୍କ ସହ ଫଟୋ ଉଠାଇଥିଲେ ଏବଂ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରତାପ ଜେନା କେବଳ ଆଇନ୍‌ ବିଭାଗ ନୁହେଁ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ନଗର ଉନ୍ନୟନ ବିଭାଗ ସମ୍ଭାଳୁଛନ୍ତି ।

3

ଏଠାରେ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବାରୁ ବୀରମିତ୍ରପୁର ଗସ୍ତ ଅବସରରେ ମନ୍ତ୍ରୀ କହିଥିଲେ ଯେ ୪୦କୋଟି ଟଙ୍କାର ଏକ ପ୍ରକଳ୍ପର ନିର୍ମାଣ କାମ ଆଗେଇ ଚାଲିଛି । ୨୦୨୦ ଜୁନ ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେଲେ ବୀରମିତ୍ରପୁରବାସୀଙ୍କର ପାନୀୟ ଜଳର ସମସ୍ୟା ରହିବ ନାହିଁ । ଏହା ସହିତ ବୀରମିତ୍ରପୁର ମ୍ୟୁନସିପାଲିଟିକୁ ଆବର୍ଜନା ମୁକ୍ତ ସହର କରିବାପାଇଁ ମାଇକ୍ରୋ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ କରିବାକୁ ଯାଉଛୁ ବୋଲି ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ବୀରମିତ୍ରପୁର ଅଞ୍ଚଳରେ ଏଲଇଡି ଲାଇଟ ଲଗାଯାଇ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯିବ । ସ୍ମାର୍ଟ ପାର୍କ ଓ ଶ୍ମଶାନ ପାଇଁ ଥିବା ସ୍ଥାନୀୟ ବାସିନ୍ଦାଙ୍କ ଦାବିକୁ ଖୁବ ଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ଏଠାରେ ଆୟୋଜିତ ସଭାରେ ପ୍ରକାଶ କରିଛନ୍ତି । ମନ୍ତ୍ରୀଙ୍କ ସହ ଜିଲ୍ଲା ବିଜେଡି ସଭାପତି ମଙ୍ଗଳା କିଷାନ, ରାଉରକେଲା ବିଧାୟକ ତଥା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାରଦା ନାଏକସଭାରେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.