Below header

ସରିଲା ଢେଙ୍କାନାଳର ପ୍ରସିଦ୍ଧ, ଲକ୍ଷ୍ମୀପୂଜା ଆଜି ମାଆଙ୍କ ଭସାଣ ଉତ୍ସବ

ଢେଙ୍କାନାଳ (କେନ୍ୟୁଜ୍) : ସରିଲା ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା । ଆଜି ମାଆଙ୍କ ଭସାଣ ଉତ୍ସବ । ଧୂମଧାମରେ ମାଆଙ୍କୁ ମେଲାଣି ପାଇଁ ବ୍ୟାପକ ଆୟୋଜନ । ନୃତ୍ୟ ଗୀତରେ କଂପିବ ପରିବେଶ । ଭସାଣ ଉତ୍ସବ ପାଇଁ ବିଭିନ୍ନ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କୁମାର ପୂର୍ଣ୍ଣିମା ଠାରୁ ଧନଧାନ୍ୟ ଓ ଐଶ୍ୱର‌୍ୟ୍ୟର ଦେବୀ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା । ଢେଙ୍କାନାଳରେ ଏଥର ୩୮ଟି ମଣ୍ଡପରେ ମା’ ପୂଜା ପାଇଥିଲେ । ଗଣେଶ ବଜାରର ଚାନ୍ଦି ମେଢ ମୁଖ୍ୟ ଆକର୍ଷଣ ପାଲଟିଥିଲା। ଗତକାଲି ଶେଷ ଦିନରେ ମାଆଙ୍କ ଦର୍ଶନ ପାଇଁ ବେଶ ଭିଡ଼ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.