ନବରଙ୍ଗପୁର ମକା ଚାଷୀଙ୍କ ମୁହଁରେ ହସ

ନବରଙ୍ଗପୁର (କେନ୍ୟୁଜ୍) : ଜିଲ୍ଲାର ମକା ଚାଷୀଙ୍କ ମୁହଁରେ ହସ ଫୁଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତିକ୍ଷିତ ମକା ପ୍ରୋସେସିଂ କାରଖାନାର ଶୁଭ ଦେଇଛନ୍ତି । ଏସିଆ ମହାଦେଶରେ ମକା ଉତ୍ପାଦନରେ ନବରଙ୍ଗପୁର ଜିଲ୍ଲା ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଚାଷୀଙ୍କ ପାଇଁ କୌଣସି ଫ୍ୟାକ୍ଟ୍ରିର ସୁବିଧା ନଥିଲା ।
ଫଳରେ ଚାଷୀମାନେ ଦଲାଲଙ୍କ ଶୋଷଣର ଶୀକାର ହେଉଥିଲେ । ଏବେ ମକା ପ୍ରୋସେସିଂ କାରଖାନାର ଶୁଭ ପରେ ଚାଷୀଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି ।