Below header

ଏମିତି ଏକ ଗାଁ ବିଂଝାରପୁରର ଶାସନ୍ଦା, ଯେଉଁଠି ଘରେ ଘରେ ଯୋଗାଇ ଦିଆଯାଇଛି ଏଲଇଡି ବଲ୍‌ବ

ଯାଜପୁର ଟାଉନ୍‌ (କେନ୍ୟୁଜ୍): ଘରେ ଘରେ ବିଜୁଳି ଆଲୁଅ । ସେଥିପାଇଁ ସରକାରଙ୍କ ସୌଭାଗ୍ୟ ଯୋଜନା । ଆଉ ଯୋଜନା ମାଧ୍ୟମରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ଏଲଇଡି ବଲବ । ଏହି କ୍ରମରେ ଯାଜପୁର ବିଦ୍ୟୁତ ବିଭାଗ ପକ୍ଷରୁ ବିଞ୍ଝାରପୁର ଶାସନ୍ଦା ଗାଁରେ ୩୬୦ ପରିବାରଙ୍କୁ ଯୋଗାଇ ଦିଆଯାଇଛି ବଲବ । ଯାହାକୁ ନେଇ ଲୋକ କୃତଜ୍ଞତା ଜଣାଇଛନ୍ତି ।

ଏଲଇଡି ଗାଁ ହେବ ଯାଜପୁର ବିଂଝାରପୁରର ଶାସନ୍ଦା ଗାଁ । ଏଲଇଡି ଲାଇଟର ବ୍ୟବହାର ଓ ପ୍ରଚାର ପ୍ରସାର ପାଇଁ ଗାଁର ସମସ୍ତ ପରିବାରକୁ ଯୋଗାଇ ଦିଆଯାଇଛି ୪ଟି ଲେଖାଏଁ ଏଲଇଡି ବଲ୍‌ବ । ଏହି ଏଲଇଡି ବଣ୍ଟନ ମେଳାରେ ସ୍ଥାନୀୟ ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯୋଗଦେଇ ହିତାଧିକାରୀଙ୍କୁ ବଲ୍‌ବ ବଣ୍ଟନ କରିଥିଲେ । ଯୋଜନାରେ ହିତାଧିକାରୀ ଲାଭବାନ ହେବେ ବୋଲି ବିଧାୟିକା କହିଛନ୍ତି ।

ଅଧିକ ଦର ହୋଇଥିବାରୁ ଗରିବ ଲୋକମାନେ ଏଲ୍‌ଇଡି ବଲ୍‌ କିଣିବାକୁ ଅସମର୍ଥ ହୋଇଥାନ୍ତି । ତେଣୁ ସରକାରଙ୍କ ପକ୍ଷରୁ ବିଦ୍ୟୁତ ବିଭାଗ ଜରିଆରେ ଶାସନ୍ଦା ଗାଁର ୩୬୦ ପରିବାରକୁ ଏଲଇଡି ବଲବ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ହିତାଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.