Below header

ଭୋକ ଲାଗିଲେ ଇଲେକ୍ଟ୍ରିକ ସକ ଦେବ ଏହି ଚିପ, ଓଜନ କମାଇବାରେ କରିବ ସାହାଯ୍ୟ

ଭଗବାନ ମଣିଷ ଶରୀରକୁ ଏପରି ବନାଇଛନ୍ତି କି ଏହାକୁ ଥକାପଣ, ଯନ୍ତ୍ରଣା, ଶୋଇବା ଏବଂ ଉଠିବା ଭଳି ଅନେକ ଜିନିଷ ଅନୁଭବ ହୋଇଥାଏ । ଯଦି ଆମେ ଖାଇବା ଉପରକୁ ଆସିବା ତାହେଲେ ମଣିଷକୁ ସମୟକୁ ସମୟ ଭୋକ ଲାଗିଥାଏ ଓ ସେଥିପାଇଁ ତାକୁ ଖାଦ୍ୟ ଖାଇବାକୁ ପଡିଥାଏ । କିନ୍ତୁ ଥରେ ଭାବନ୍ତୁ ଯଦି ଆପଣଙ୍କୁ ଖାଇବା ବଦଳରେ ଇଲେକ୍ଟ୍ରିକ କରେଣ୍ଟ ଦିଆଯାଏ ତାହେଲେ ? ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଜାଣନ୍ତୁ ଏହା ପଛରେ ଥିବା କାରଣ ।

ସ୍ଟେନଫୋର୍ଡ଼ ବିଶ୍ଵବିଦ୍ୟାଳୟର ଗବେଷକ ମାନେ ଏଭଳି ଏକ ଚିପ ଉଦ୍ଭାବନ କରିଛନ୍ତି ଯାହାଦ୍ୱାରା ମଣିଷକୁ ଭୋକ ଲାଗିବ ମାତ୍ରେ ହିଁ ଏହି ଚିପ ଇଲେକ୍ଟ୍ରିକ କରେଣ୍ଟ ଦେଇ ନିଜର ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଗବେଷଣା ସମୟରେ ୬ ଜଣ ଲୋକଙ୍କ ଠାରେ ଏହାକୁ ପରୀକ୍ଷା କରାଯାଇଥିଲା ଏବଂ ଦେଖାଗଲା ଯେ ଖାଦ୍ୟ ବିଷୟରେ ଭାବିବା ମାତ୍ରେ ହିଁ ଏହା ହାଲକା ଭାବେ ଇଲେକ୍ଟ୍ରିକ କରେଣ୍ଟ ଦେଉଛି । ଏହାସହିତ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ଚିପ କେବଳ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ।

ଏହାସହ ପଢନ୍ତୁ ଗର୍ଭବତୀ ମହିଳାଙ୍କ କଷ୍ଟ କମ କରିବା ପାଇଁ ହସ୍ପିଟାଲ ନେଲା ଏଭଳି ପଦକ୍ଷେପ

ପ୍ରଥମେ ଏହାକୁ ବାତ ଓ ଅଚେତ ହୋଇଯାଉଥିବା ରୋଗୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ବିକଶିତ କରାଯାଇଥିଲା । ଏହି ମାଇକ୍ରୋଚିପକୁ ଏକ ପ୍ରତିକ୍ରିୟାଶୀଳ ନ୍ୟୁରୋସ୍ଟିମ୍ୟୁଲେସନ ସିଷ୍ଟମ (RNS) କୁହାଯାଏ । ରୋଗୀର ପ୍ରାଥମିକ ଲକ୍ଷଣକୁ ଚିହ୍ନଟ କରିବା ଏବଂ ଏକ ଛୋଟ ବିଦ୍ୟୁତ ଉତ୍ତେଜନା ଦ୍ୱାରା ରୋଗୀର ବାତ ବା ଅଚେତପଣକୁ ରୋକିବା ପାଇଁ ଏହାକୁ ଉଦ୍ଭାବନ କରାଯାଇଥିଲା । ଏହାକୁ ପୂର୍ବରୁ ଏହି ଚିପକୁ ମୂଷା ମାନଙ୍କ ଠାରେ ପରୀକ୍ଷା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.