ଦୀର୍ଘ ୩୦ ବର୍ଷର ବନ୍ଧୁତା, କୃପାସିନ୍ଧୁଙ୍କ ସକାଳ ଓ ସନ୍ଧ୍ୟା କଟେ ମାଙ୍କଡଙ୍କ ମେଳରେ

ନିଆରା ବନ୍ଧୁତ୍ୱ । କେବେ ମଣିଷ ମଣିଷ ଭିତରେ ତ ଆଉ କେବେ ମଣିଷ ଓ ପଶୁଙ୍କ ମଧ୍ୟରେ । ଏମିତି ଏକ ବନ୍ଧୁତ୍ୱ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବେଣୁପୁର ଗାଁରେ । ଗାଁର କୃପାସିନ୍ଧୁ ମାଟି ଦୀର୍ଘ ୩୦ ବର୍ଷ ହେବ ମାଙ୍କଡ଼ଙ୍କ ସହ ବନ୍ଧୁତା କରି ରହିଛନ୍ତି ଚର୍ଚ୍ଚାରେ । ବୟସ ଆସି ୬୦ ଛୁଇଁଲାଣି । ପେଶା ଗାଁ କୁ ଗାଁ ବୁଲି ଖଟା, ବାରମଜା ଓ ପାମ୍ପଡ ବିକ୍ରି ପେଟ ପୋଷିବା । ହେଲେ ନିଶା ମାଙ୍କଡ଼ଙ୍କ ସେବା । କୃପାସିନ୍ଧୁଙ୍କ ଗୋଟିଏ ଡାକରେ ମାଙ୍କଡ଼ମାନେ ଏକାଠି ହୋଇଯାଆନ୍ତି । ପାଖାପାଖି ୩୦ରୁ ୪୦ଟି ମାଙ୍କଡ଼ଙ୍କ ଭଲମନ୍ଦ କଥା ବୁଝୁଛନ୍ତି କୃପାସିନ୍ଧୁ ।

ପ୍ରଥମେ ନିଜ ଘର ପାଖରେ ଗୋଟିଏ ମାଙ୍କଡ଼କୁ ଖାଇବାକୁ ଦେଇଥିଲେ କୃପାସିନ୍ଧୁ । ପରେ ପରେ ମାଙ୍କଡ଼ଙ୍କ ସଂଖ୍ୟା ବଢିବାକୁ ଲାଗିଲା । ପ୍ରତିଦିନ ଘରର ଛାତ ଉପର ହେଉ କି ଗାଁ ଦାଣ୍ଡ, ସବୁଠି ମାଙ୍କଡ଼ଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ସେମାନଙ୍କୁ ବାଦାମ, ମୁଢି ଓ ଫଳ ଖାଇବାକୁ ଦେଇଥାନ୍ତି । କେବଳ କୃପାସିନ୍ଧୁ ନୁହଁନ୍ତି, ତାଙ୍କର ପୁରା ପରିବାର ମାଙ୍କଡ଼ଙ୍କ ସେବାରେ । କୃପାସିନ୍ଧୁଙ୍କ ଏଭଳି କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ତାଙ୍କୁ ମଙ୍କିମ୍ୟାନ ବୋଲି କହନ୍ତି ।

ପୁରୀ ଜିଲ୍ଲା ଗୋପରୁ ଆଲୋକ ରଞ୍ଜନ ରାଉତରାୟଙ୍କ ରିପୋର୍ଟ କେନ୍ୟୁଜ୍ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.