Below header

କ୍ୟାବ୍‌ ପାଇଁ ନଥିଲା ଟଙ୍କା, ନିଜ ବୁଦ୍ଧି କାଢି ZOMATO ଠାରୁ ଏମିତି ସାହାଯ୍ୟ ନେଲେ ବ୍ୟକ୍ତି

ରାତି ଅଧରେ ରାଜରାସ୍ତାରେ ଆପଣ ଛିଡା ହୋଇଛନ୍ତି । ଘରକୁ ଯିବା ପାଇଁ ପକେଟରେ ଟଙ୍କା ନାହିଁ । ଏମିତିରେ କଣ କରିବେ ଆପଣ ? ନିଶ୍ଚିତ ଭାବରେ କାହାଠୁ ଲିଫ୍ଟ ନେବା କଥା ଚିନ୍ତା କରିବେ । କିନ୍ତୁ ଆଜିକାଲି ସମୟ ଏମିତି ହେଲାଣି ଲିଫ୍ଟ ଦେବାକୁ ଏବଂ ନେବାକୁ ଲୋକମାନେ ଭୟ କରୁଛନ୍ତି । ତେବେ ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଘରକୁ ଫେରିବା ପାଇଁ ଏମିତି ଏକ ବାଟ ଆପଣାଇଲେ ଯାହା ପରେ ଚର୍ଚ୍ଚାର ବିଷୟ ପାଲଟିଗଲା ।
ଏହି ଜୁଗାଡୁ ବ୍ୟକ୍ତି ଜଣକ ହେଉଛନ୍ତି ହାଇଦ୍ରାବାଦର ଓବେଶୀ କୋମିରିସେଟ୍ଟୀ । ଘରେ ପହଂଚିବା ପାଇଁ ଜମାଟୋ ଠୁ ନେଇଗଲେ ଲିଫ୍ଟ । ଏନେଇ ଓବେଶୀ ନିଜେ ଫେସବୁକରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ରାତି ପ୍ରାୟ ୧୧.୩୦ ସମୟରେ ଘରକୁ ଫେରିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ । ବହୁତ ସମୟ ଅପେକ୍ଷା କରି ମଧ୍ୟ କୌଣସି ଅଟୋ ନପାଇବାରୁ ଉବର ବୁକ୍‌ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ୩୦୦ ଟଙ୍କା ଦେଖାଇବାରୁ ଉବର ବୁକ୍‌ କରି ନଥିଲେ ।

ଏହା ପରେ ନିଜ ଜୁଗାଡ ମୁଣ୍ଡ ଲଗାଇଥିଲେ ଓବେଶୀ । ସେ ଜମାଟୋରେ ଆଖପାଖରେ ଥିବା ଦୋକାନ ଖୋଜିଥିଲେ । କିଛି ସମୟ ପରେ ଏକ ଦୋସା ଦୋକାନରୁ ଦୋସା ଅର୍ଡର କରିଥିଲେ । ଯେତେବେଳେ ଜମାଟୋ ଡେଲିଭରୀ ବୟ ସେଠାରେ ଅର୍ଡର ନେବା ପାଇଁ ପହଂଚିଥିଲେ ସେତେବେଳେ ଓବେଶୀ ତାଙ୍କୁ କହିଥିଲେ, ଏହା ମୋ ଅର୍ଡର . . କଣ ଆପଣ ମତେ ମୋର ଲୋକେସନ୍‌ ଅର୍ଥାତ୍‌ ଘର ଯାଏ ଛାଡି ଦେବେ । ଜମାଟୋ ଡେଲିଭରୀ ବୟ ଏଥିରେ ରାଜି ହୋଇ ତାଙ୍କୁ ଘରେ ଛାଡିଥିଲେ । ଏହା ପରେ ଡେଲିଭରୀ ବୟ ତାଙ୍କୁ ୫ ଷ୍ଟାର୍‌ ରେଟିଙ୍ଗ୍‌ ଦେବାକୁ ନିବେଦନ କରିଥିଲେ ।
ରାତି ଅଧରେ ଫ୍ରି ରାଇଡ୍‌ ଦେଇଥିବରୁ ଜମାଟୋକୁ ଧନ୍ୟବାଦ ଦେଇଛନ୍ତି ଓବେଶୀ । ଅନ୍ୟପଟେ ଜମାଟୋ ତାଙ୍କର ଏହି ପୋଷ୍ଟରେ ରିପ୍ଲାଇ ଦେଇ ଜିନିୟସ୍‌ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.