ନିଜ ଜନ୍ମକଲା ଝିଅକୁ ସଜାଇ ଦେଲା ଦେହଜୀବୀ, ଟଙ୍କା ରୋଜଗାର ପାଇଁ ମା ଭୁଲିଗଲା ରକ୍ତର ସମ୍ପର୍କ

ମା ଦେଲା ଝିଅକୁ କଳଙ୍କର ଛିଟା। ନିଜ ଜନ୍ମକଲା ଝିଅକୁ ସଜାଇ ଦେଲା ଦେହଜୀବୀ। ଏମିତି ସଂଘାତିକ କୁକର୍ମରେ ଲଗାଉଥିଲା ଯେ ଶୁଣିବା ଲୋକ ବି କାନରେ ହାତ ଦେବ। ମା’ତ ନୁହେଁ ସାକ୍ଷାତ ରକ୍ଷସୀ। ଟଙ୍କା ରୋଜଗାର ପାଇଁ ଭୁଲିଗଲା ରକ୍ତର ସମ୍ପର୍କ । କେବଳ ମା ନୁହେଁ ଭାଇ ମଧ୍ୟ ସାଜିଥିଲା ଏହି କୁକର୍ମର ଭାଗିଦାର । ଏଭଳି ନିର୍ଯାତନାକୁ ଝିଅଟି ନା କାହାକୁ କହିପାରୁଥିଲା ନା ସହି ପାରୁ ଥିଲା। କିଶୋର ବୟସରେ ଅନେକ ସ୍ୱପ୍ନ ଦେଖିଥିଲା ସେ । ହେଲେ କେବେ ସ୍ୱପ୍ନରେ ବି ଭାବି ନଥିଲା ନିଜ ରକ୍ତ ସମ୍ପର୍କର ମା ଓ ଭାଇ ତା ସହିତ ଖେଳିବେ ଏମିତି ଖେଳ । ତଥାପି ଆଉ କାହାକୁ ନୁହେଁ, କେବଳ ନିଜ ଭାଗ୍ୟକୁ ଦୋଷ ଦେଇ ଚାଲୁଥିଲା। ଏମିତି ଘଟଣା ଘଟିଛି ମୁମ୍ବାଇର ମନଖୁର୍ଦା ଅଞ୍ଚଳରେ। ଯେଉଁଥି ପାଇଁ ପୋଲିସ ସେହି ନାବାଳିକା ପରିବାର ୫ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।
ଅହୁରି ପଢନ୍ତୁ: କ୍ୟାବ୍ ପାଇଁ ନଥିଲା ଟଙ୍କା, ନିଜ ବୁଦ୍ଧି କାଢି ZOMATO ଠାରୁ ଏମିତି ସାହାଯ୍ୟ ନେଲେ ବ୍ୟକ୍ତି
ପୋଲିସର କହିବା ମୁତାବକ ଏହି ନାବାଳିକାକୁ ୨୦୧୮ରେ ତା ମା ଜବରଦସ୍ତି ବାହା କରାଇ ଦେଇଥିଲା। ଯେଉଁ କାରଣରୁ ଶାଶୁଘରେ ମଧ୍ୟ ଝିଅଟି ଘାରୋଇ ହିଂସାର ଶିକାର ହେଲା। ପରେ ଶାଶୁଘର ଛାଡି ନିଜ ବାପା ମା’ଙ୍କ ପାଖକୁ ଚାଲି ଆସିଲା ନାବାଳିକା । ଭାବିଥିଲା ବାକି ଜୀବନ ନିଜ ବାପା ମାଙ୍କ ସହ ଖୁସିରେ ବିତାଇ ଦେବ। କିନ୍ତୁ ବାପ ଘର ମଧ୍ୟ ମିଳିଲା ଅକଥନୀୟ ଅତ୍ୟାଚାର । ଏମିତି କି ତାଙ୍କ ମା ଏକ ବେଶ୍ୟାଳୟରେ ୬୦ ବର୍ଷୀୟ ବୃଦ୍ଧଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବଧ୍ୟ କରୁଥିଲା। ଏହି କଥାକୁ ବିରୋଧ କରିଥିଲ ନାବାଳିକା। ଆଉ ନିଜ ଭାଇ ପାଖରେ ଗୁହାରି କରିବାକୁ ଯାଇଥିଲା। ହେଲେ ଭଉଣୀ ହାତରୁ ରାକ୍ଷୀ ବାନ୍ଧିଥିବା ଭାଇ ପାଲଟିଗଲା ଶଇତାନ୍ । ଭଉଣୀକୁ ସେଠାରେ ଦୁଷ୍କର୍ମ କରି ଜୀବନରୁ ମାରିଦେବାକୁ ଧମକ ଦେଲା । ଏସବୁ ଅତ୍ୟାଚାରରେ ଅତିଷ୍ଠ ହୋଇପଡିଥିଲ ନାବାଳିକା ଜଣକ । ବାଧ୍ୟ ହୋଇ ପୋଲିସ ପାଖରେ ପହଞ୍ଚି ବୟାନ୍ କଲା ସବୁ ଅତ୍ୟାଚାରରର କାହାଣୀ । ସମସ୍ତ ଘଟଣାକୁ ପୋଲିସ ଶୁଣି ସାରିବା ପରେ ପୋକସୋ ଆକ୍ଟରେ ପରିବାର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଶିଶୁ ନିର୍ଯାତନା, ବାଲ୍ୟ ବିବାହ ଓ ଯୌନ ନିର୍ଯାତନା ଭଳି ଦଫା ଲଗାଇ କୋର୍ଟ ଚାଲାଣ କରିଛି । ଆଉ ଖୋଜୁଛି ସେହି ୬୦ ବର୍ଷର ବୃଦ୍ଧକୁ । ଯିଏ ନାବାଳିକା ସହ କରିଥିଲା ଦୁଷ୍କର୍ମ ।