Below header

୭ ଦିନ ନପୂରୁଣ ପୁଣି ଆଉ ଏକ ଛୁଆ ଜନ୍ମ କଲା ଗାଈ, ବିଶ୍ୱାସ ହେଉନଥିଲେ ବି ଘଟଣା ସତ

ଅତି ଆଶ୍ଚର୍ଯ୍ୟଜନକ ଭାବେ ସାତ ଦିନ ପରେ ପୁନର୍ବାର ଆଉ ଏକ ଛୁଆ ଜନ୍ମ ଦେଇଛି ଗାଈ । ଏଭଳି ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ୭ ଦିନ ପରେ ପୁଣି ଗାଈ ଛୁଆ ଜନ୍ମ ଦେବା ଘଟଣା ଅସମ୍ଭବ ପରି ମନେ ହେଉଛି ।

ଆନନ୍ଦପୁର (କେନ୍ୟୁଜ): ବିଜ୍ଞାନ ଯୁଗରେ ଅସମ୍ଭବ ଘଟଣା ସମ୍ଭବ ପରି ଲାଗୁଛି । ଗାଈମାନେ ସାଧାରଣତଃ ଗୋଟିଏ ଛୁଆ ଜନ୍ମ କରନ୍ତି । ବେଳେବେଳେ ଏକା ସମୟରେ ଦୁଇଟି ଛୁଆ ଜନ୍ମ କରିଥାନ୍ତି । କିନ୍ତୁ ଗୋଟିଏ ଗାଈ ଛୁଆ ଜନ୍ମ ଦେବାର ୭ ଦିନ ନପୂରୁଣ ପୁଣି ଆଉ ଏକ ଛୁଆ ଜନ୍ମ କରିଛି । ଅତି ଆଶ୍ଚର୍ଯ୍ୟଜନକ ଭାବେ ସାତ ଦିନ ପରେ ପୁନର୍ବାର ଆଉ ଏକ ଛୁଆ ଜନ୍ମ ଦେଇଛି ଗାଈ । ଏଭଳି ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି । ୭ ଦିନ ପରେ ପୁଣି ଗାଈ ଛୁଆ ଜନ୍ମ ଦେବା ଘଟଣା ଅସମ୍ଭବ ପରି ମନେ ହେଉଛି । ମଣିଷଙ୍କ କ୍ଷେତ୍ରରେ ଏମିତି ତ ଅନେକ ଥର ହୋଇଛି କିନ୍ତୁ ଗାଈ ଏମିତି ଭାବେ ଗୋଟିଏ ସପ୍ତାହରେ ଦୁଇଟି ଛୁଆ ଜନ୍ମ କରିବା ହୁଏତ ପ୍ରଥମ ଥର ପାଇଁ ହୋଇଥିବା ଦେଖିବାକୁ ମିଳିଛି ।

ଏଭଳି ଘଟଣା ଘସିପୁରା ବ୍ଲକ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ଅନ୍ତର୍ଗତ କରଡାମାଳି ଗ୍ରାମରେ ଦେଖିବାକୁ ମିଳିଛି । ଗାଁର ଅନନ୍ତ ଓଝା ନିଜ ଘରେ ରଖିଥିବା ଏକ କଳା ରଙ୍ଗର ଗାଈ ଗତ ଫେବୃଆରୀ ମାସ ୨୪ ତାରିଖ ଶନିବାର ଦିନ ଏକ ଧଳା ରଙ୍ଗର ବାଛୁରୀକୁ ଜନ୍ମ ଦେଇଥିଲା । ଉଭୟ ଗାଈ ବାଛୁରୀ ସୁସ୍ଥ ଥିବା ବେଳେ ଘଟଣାର ସାତ ଦିନ ପରେ ଗାଈଟି ପୁନର୍ବାର ଅର୍ଥାତ ଗତକାଲି ସକାଳୁ ଆଉ ଏକ ଧଳା ବାଛୁରୀ ଜନ୍ମ ଦେଇଛି । ଏଭଳି ଘଟଣା ଜଣାପଡ଼ିବା ପରେ ଏହାକୁ କେହି ବିଶ୍ବାସ କରିନଥିଲେ । ଗାଈଟି ଦୁଇଟି ଛୁଆ ଜନ୍ମ ଦେଇଥିବା ଜାଣିବା ପରେ ଗାଁ ଲୋକେ ଗାଈ ବାଛୁରୀକୁ ଦେଖିବା ପାଇଁ ଭିଡ ଜମାଇଥିଲେ । ଏହା ସହ କିଛି ଲୋକ ଗାଈ ଓ ବାଛୁରୀର ଫଟୋ ମଧ୍ୟ ଉଠାଇଥିଲେ । ଗାଈର ଦୁଇଟି ଛୁଆ ହେବା ପରେ ଅନନ୍ତ ଓଝା ଏହି ଘଟଣାକୁ ନିରାଟ ସତ ଘଟଣା ବୋଲି ପ୍ରକାଶ କରିଛନ୍ତି । ଦୁଇଟି ଯାକ ବାଛୁରୀ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି ।

ଘଟଣା ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସରୋଜକୁମାର ମହାନ୍ତିଙ୍କ କହିବା ଅନୁସାରେ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଏହା ବିରଳ ଘଟଣା ନୁହେଁ । ସାଧାରଣତଃ ବେଳେବେଳେ ଗାଈମାନେ ଦୁଇଟି ବାଛୁରୀ ଛୁଆ ଜନ୍ମ ଦେଇଥିବା ଘଟଣା ନଜରକୁ ଆସିଥାଏ କିନ୍ତୁ ମାତ୍ର କିଛି ଦିନ ବ୍ୟବଧାନରେ ଦୁଇଟି ବାଛୁରୀ ଜନ୍ମ ଘଟଣା ସତରେ ଅବିଶ୍ୱସନୀୟ ।

ତେବେ ଗାଈ ଦୁଇଟି ଛୁଆ ଜନ୍ମ ଦେଇଥିବାରୁ ଅନନ୍ତ ଓଝା ବେଶ୍‌ ଖୁସି ଅଛନ୍ତି । ଗାଈ ଓ ବାଛୁରୀ ଛୁଆ ଦୁଇଟି ମଧ୍ୟ ସୁସ୍ଥ ଅଛନ୍ତି । ତେବେ ଏଭଳି ବିରଳ ଘଟଣା ଆପଣମାନେ ହୁଏତ ପୂର୍ବରୁ କେବେ ଶୁଣି ନଥିବେ । କିଛି ଲୋକ ଏହାକୁ ଚମତ୍କାର ମଧ୍ୟ କହୁଛନ୍ତି ।

ଆନନ୍ଦପୁରରୁ swapneswar panda

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.