ସାମାନ୍ୟ ଟଙ୍କା ପାଇଁ ବାପାକୁ ପିଟି ପିଟି ହତ୍ୟା କଲା ପୁଅ

ସାମାନ୍ୟ କେଇଟା ଟଙ୍କା ଆଉ ବଚସାକୁ ନେଇ ବାପାର ଜୀବନ ନେଇଗଲା ପୁଅ । ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ବାପାକୁ ହତ୍ୟା କଲା ପୁଅ । ହତ୍ୟା କରିବା ପରେ ଚଦରରେ ଘୋଡେ଼ଇ ଫେରାର ମାରିଲା ହତ୍ଯାକାରୀ ପୁଅ ।

ସଇତାନ୍‌ ସାଜିଲା ପୁଅ । ଭୁଲିଗଲା ରକ୍ତ ସମ୍ପର୍କ । ବାପ ପୁଅ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବାପାକୁ ଜୀବନରୁ ମାରିଲା ଜନ୍ମକଲା ପୁଅ । ସାମାନ୍ୟ କଥାରୁ ଘଟାଇଲା ଏଭଳି ଜଘନ୍ୟ କାଣ୍ଡ । ପାଲଟିଗଲା ନରହନ୍ତା । ବାପର ଜୀବନ ନେଇ ସବୁକିଛି ଶେଷ କରିଦେଲା ।

ସାମାନ୍ୟ କେଇଟା ଟଙ୍କା ଆଉ ବଚସାକୁ ନେଇ ବାପାର ଜୀବନ ନେଇଗଲା ପୁଅ । ଠେଙ୍ଗାରେ ପିଟି ପିଟି ଅତି ନିର୍ମମ ଭାବେ ବାପାକୁ ହତ୍ୟା କଲା ପୁଅ । ହତ୍ୟା କରିବା ପରେ ଚଦରରେ ଘୋଡେ଼ଇ ଫେରାର ମାରିଲା ହତ୍ଯାକାରୀ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁରେ ଦେଖିବାକୁ ମିଳିଛି। ବାପା ପୁଅର ସମ୍ପର୍କ କେତେ ନିବିଡ଼ । କିନ୍ତୁ ଏହି ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ସତରେ ଜନ୍ମକଲା ପୁଅ ଏଭଳି କାଣ୍ଡ ଘଟାଇବ ତାହା କେହି କେବେ ବିଶ୍ୱାସ କରିପାରିବେନି । କିନ୍ତୁ ଏହି ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତଙ୍କ ମୁହଁରେ କେବଳ ଗୋଟାଏ କଥା ଏଭଳି ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ ।

ସୂଚନା ଅନୁସାରେ ନୂଆଁଭୁଇଁ ଗାଁର ବଳରାମ ଭୋଇ ଓ ତାଙ୍କ ବାପା ବିପ୍ରବର ଭୋଇ ରହୁଥିଲେ । ଏକାଠି ରହୁଥିଲେ ମଧ୍ୟ ଅନେକ ସମୟରେ ବଳରାମ ବାପା ବିପ୍ରବରଙ୍କୁ ଗାଳି ଗୁଲଜ ଓ ମାଡପିଟ୍ କରିଥାନ୍ତି । କିନ୍ତୁ ଏଥର ସାମନ୍ୟ ବଚସା ଉଗ୍ରରୂପ ନେଇଥିଲା । କେଇଟା ଟଙ୍କା ପାଇଁ ବଳରାମ ତାଙ୍କ ବାପାଙ୍କ ସହିତ ଝଗଡ଼ା କରିବା ସହ ମାଡ଼ପିଟ୍ କରିଥିଲେ । ଫଳରେ ଘଟଣାସ୍ଥଳରେ ବାପା ବିପ୍ରବରଙ୍କର ମୃତ୍ୟୁ ହୋଇଯାଇଥିଲା। ସେପଟେ ବାପାକୁ ହତ୍ୟା କରି ଫେରାର୍‌ ହୋଇଯାଇଥିଲା ପୁଅ ବଳରାମ ।

ତେବେ ସକାଳୁ ବଳରାମଙ୍କର ଦେଖା ନଥିବା ବେଳେ ବାପାଙ୍କ ମୃତ ଦେହ ଘର ଭିତରେ ପଡିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେବା ସହ ବଳରାମ ତାଙ୍କ ବାପା ବିପ୍ରବରଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ପୁଅ ବଳରାମ ଫେରାର ହୋଇ ଯାଇଥିବା ବେଳେ ତାକୁ ପୋଲିସ ଖୋଜା ଖୋଜି କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.