ଓମେଗା – ୩ ଫ୍ୟାଟି ଏସିଡ୍ କେବଳ ମାଛରେ ନୁହେଁ ଏହି ଶାକାହାରୀ ଜିନିଷରେ ମଧ୍ୟ ମିଳିଥାଏ, ଶାକାହାରୀ ଲୋକମାନେ ନିଜ ଖାଦ୍ୟରେ କରିପାରିବେ ସାମିଲ

ଓମେଗା – ୩ ଫ୍ୟାଟି ଏସିଡ୍ ଯାହା କେଶ, ସ୍କିନ୍‌ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଓମେଗା – ୩ ଫ୍ୟାଟି ଏସିଡ୍ ଶରୀରରେ ଫୁଲାକୁ କମ୍‌ କରିଥାଏ । ଖାଦ୍ୟରେ ଏହାର ଅଭାବକୁ ପୂରଣ କରିବା ପାଇଁ ଓମେଗା – ୩ ରେ ଭରପୂର ଜିନିଷ ଖାଦ୍ୟ ଅନ୍ତର୍ଭୁକ୍ତ କରିପାରିବେ ।

ଆମ ଶରୀରକୁ ହେଲଦି ରଖିବା ପାଇଁ ଓମେଗା – ୩ ଫ୍ୟାଟି ଏସିଡ୍ ଜରୁରୀ ହୋଇଥାଏ । ଏହା ଏକ ଫ୍ୟାଟି ଏସିଡ୍ ଯାହା କେଶ, ସ୍କିନ୍‌ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଓମେଗା – ୩ ଫ୍ୟାଟି ଏସିଡ୍ ଶରୀରରେ ଫୁଲାକୁ କମ୍‌ କରିଥାଏ । ଏହା ବ୍ୟତୀତ ଏହା ବୟସ ସହିତ ଭୁଲିଯିବା ଏବଂ ଡିମେନ୍ସିଆର ବିପଦକୁ ମଧ୍ୟ କମ୍‌ କରିଥାଏ । ଖାଦ୍ୟରେ ଏହାର ଅଭାବକୁ ପୂରଣ କରିବା ପାଇଁ ଓମେଗା – ୩ ରେ ଭରପୂର ଜିନିଷ ଖାଦ୍ୟ ଅନ୍ତର୍ଭୁକ୍ତ କରିପାରିବେ । ତଥାପି କିଛି ଲୋକ ଭାବନ୍ତି ଯେ ଓମେଗା ଏସିଡ୍‌ କେବଳ ମାଛ ଏବଂ ଚର୍ବିଯୁକ୍ତ ମାଛରେ ମିଳିଥାଏ । ପ୍ରକୃତରେ ଏହା ନୁହେଁ, ତେବେ ଶାକାହାରୀ ଲୋକମାନେ ଏହି ୫ ଟି ଜିନିଷକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଓମେଗା – ୩ ଅଭାବକୁ ଦୂର କରିପାରିବେ ।

ବାଦାମ : ବାଦାମକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ । ବାଦାମରେ ଓମେଗା – ୩ ଫ୍ୟାଟି ଏସିଡ୍ ଥାଏ ଯାହାକି ଆପଣଙ୍କ ହାର୍ଟକୁ ହେଲଦି କରିଥାଏ । ବାଦାମ ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥାଏ । ଏହା ସହ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ହେଲଦି ଫ୍ୟାକ୍ଟ ରହିଥାଏ । ଯଦି ଆପଣ ସକାଳ ବ୍ରେକ୍‌ଫାଷ୍ଟ ରେ ୪ ରୁ ୫ଟି ବାଦାମ ଖାଆନ୍ତି, ତେବେ ଆପଣଙ୍କ ଶରୀରରେ ଓମେଗା – ୩ ର ଅଭାବକୁ ପୂରଣ କରାଯାଇପାରିବ ।

ଚିଆ ସିଡସ୍‌ : ଚିଆ ସିଡସ୍‌ ଓମେଗା – ୩ ଫ୍ୟାଟି ଏସିଡ୍ ର ଏକ ଭଲ ଉତ୍ସ ହୋଇଥାଏ । ତେବେ ଚିଆ ସିଡସ୍‌ରେ ଫାଇବର, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମିଳିଥାଏ । ଏହା ସହ ଚିଆ ସିଡସ୍‌ ହାର୍ଟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାକୁ ପାଣିରେ ମିଶାଇ କିମ୍ବା ସାଲାଡରେ ମିଶାଇ ଆପଣ ଏହାକୁ ଖାଇପାରିବେ ।

ଖସା ମଞ୍ଜି : ଶାକାହାରୀ ଲୋକମାନେ ଓମେଗା – ୩ ଫ୍ୟାଟି ଏସିଡ୍ ପାଇଁ ଖାଦ୍ୟରେ ଖସା ମଞ୍ଜି ଅନ୍ତର୍ଭୁକ୍ତ କରିପାରିବେ । ପ୍ରକୃତ ଓମେଗା – ୩ ଫ୍ୟାଟି ଏସିଡ୍‌ରେ ଫାଇବର ଭରପୂର ମାତ୍ରାରେ ମିଳିଥାଏ । ଫ୍ଲେକ୍ସସିଡରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଫ୍ଲକ୍ସସିଡ୍ ମଧ୍ୟ ହାର୍ଟ ପାଇଁ ଭଲ ବିବେଚନା କରାଯାଏ । ଆପଣ ଏହାକୁ ରୋଷ୍ଟ କରି ମଧ୍ୟ ଖାଇପାରିବେ ।

ସୋୟାବିନ୍ : ଓମେଗା – ୩ ଫ୍ୟାଟି ଏସିଡ୍ ପାଇଁ ଆପଣଙ୍କ ଖାଦ୍ୟରେ ସୋୟାବିନ୍ ଅନ୍ତର୍ଭୁକ୍ତ କରନ୍ତୁ । ସୋୟା ଉତ୍ପାଦଗୁଡ଼ିକରେ ଓମେଗା – ୩ ଥାଏ । ଏଥିପାଇଁ ଆପଣ ଟୋଫୁ, ସୋୟା କ୍ଷୀର କିମ୍ବା ସୋୟା ଖଣ୍ଡ ଖାଇପାରିବେ । ସୋୟାବିନ୍ ହାର୍ଟ ଆଟାକର ଆଶଙ୍କା କମ୍‌ ହୋଇଥାଏ ଏବଂ ହାଡକୁ ମଜବୁତ କରିଥାଏ ।

ସ୍ପିରୁଲିନା : ସ୍ପିରୁଲିନା ସବୁଜ ଏବଂ ନୀଳ ମଞ୍ଜି ଭଳି ହୋଇଥାଏ ଏବଂ ଏଥିରୁ ଶରୀରକୁ ଓମେଗା – ୩ ଫ୍ୟାଟି ଏସିଡ୍ ର ମିଳିଥାଏ । ଶାକାହାରୀ ଲୋକମାନେ ଏହାକୁ ସହଜରେ ସେମାନଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ଏହା ଶରୀରରେ ଏନର୍ଜି ବଢାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ସେଥିପାଇଁ ଶାକାହାରୀ ଲୋକମାନେ ନିଜ ଖାଦ୍ୟରେ ଏହି ସବୁ ଜିନିଷ ସାମିଲ କରିପାରିବେ । ଯାହା ଫଳରେ ସେମାନଙ୍କ ଶରୀରରେ ଓମେଗା – ୩ ଫ୍ୟାଟି ଏସିଡ୍‌ର ଅଭାବ ପୂରଣ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.