Below header

୧୧ କେଭି ତାରରେ ବାଜିଲା DJ, କରେଣ୍ଟ୍‌ ଲାଗି ବରର ସାଙ୍ଗ ସମେତ ୩ ବରଯାତ୍ରୀଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶର କୌସାମ୍ବି ଜିଲ୍ଲାରେ ଶନିବାର ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ବାହାଘର ଖୁସି କ୍ଷଣିକରେ ଦୁଃଖରେ ବଦଳି ଯାଇଛି । ଡିଜେରେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ କରେଣ୍ଟ୍‌ ଲାଗି ଦୁଇ ଭାଇଙ୍କ ସମେତ ୩ ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ଉତ୍ତର ପ୍ରଦେଶର କୌସାମ୍ବି ଜିଲ୍ଲାରେ ଶନିବାର ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ବାହାଘର ଖୁସି କ୍ଷଣିକରେ ଦୁଃଖରେ ବଦଳି ଯାଇଛି । ଡିଜେରେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ କରେଣ୍ଟ୍‌ ଲାଗି ଦୁଇ ଭାଇଙ୍କ ସମେତ ୩ ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

କୁହାଯାଉଛି ଯେ ବରଯାତ୍ରୀ ଯିବା ରାସ୍ତାରେ ୧୧ କେଭି ବିଦ୍ୟୁତ୍‌ ତାର ତଳକୁ ଝୁଲି ରହିଥିଲା, ଯାହାଫଳରେ ଏଥିରେ ଡିଜେ ବାଜି କରେଣ୍ଟ୍‌ ବ୍ୟାପି ଯାଇଥିଲା ।

ମିଳିଥିବା ସୂଚନା ମୁତାବକ, କୌସାମ୍ବି ଥାନା ଅଧୀନ ଦୁଲ୍‌ହନିଆପୁର ଗାଁର ପିଣ୍ଟୁଙ୍କର ଶନିବାର ବିବାହ ଉତ୍ସବ ଥିଲା । ବରଯାତ୍ରୀମାନେ ଜଳଖିଆ କରିବା ପରେ ଡିଜେରେ ନାଚି ନାଚି କନ୍ୟା ଘରକୁ ଯାଉଥିଲେ । ସେତେବେଳେ ବରଯାତ୍ରୀମାନେ ଗାଁଠାରୁ ପ୍ରାୟ ୪୦୦ ମିଟର ଦୂରରେ ଥିଲେ ।

ଏପଟେ ଗାଁରେ ବିଦ୍ୟୁତ୍‌ ଯୋଗାଣ ପାଇଁ ରାସ୍ତା ପାର୍ଶ୍ୱରେ ୧୧ କେଭି ତାର ଯାଇଥିଲା । କିନ୍ତୁ ତାର ସାମାନ୍ୟ ତଳକୁ ଝୁଲି ରହିଥିଲା । ଯାହାଫଳରେ କି, ଏହି ଢିଲା ତାର ଡିଜେରେ ବାଜିଥିଲା ଏବଂ କରେଣ୍ଟ୍‌ ବ୍ୟାପିଯାଇଥିଲା । କରେଣ୍ଟ୍‌ ସଂସ୍ପର୍ଶରେ ଆସି ବରର ସାଙ୍ଗ ରାଜେଶ କୁମାର, ତାଙ୍କ ଭାଇ ରବି କୁମାର ଏବଂ ଡିଜେ ଶ୍ରମିକ ସତୀଶ କୁମାରଙ୍କ ମୃତ୍ୟୁ ଘଟିଥିଲା ।

କୌଣସି ପ୍ରକାରେ ଡିଜେକୁ ତାରରୁ ଅଲଗା କରାଯାଇଥିଲା । ଏହାପରେ ୩ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.