ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ ୩ ଦଫା ଦାବି ନେଇ ଓଡମାର ବୈଠକ, ଦାବିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ  ୩ ଦଫା ଦାବି ନେଇ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ (ଓଡମା) ର ଏକ ବୈଠକ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱର : ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ  ୩ ଦଫା ଦାବି ନେଇ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ (ଓଡମା) ର ଏକ ବୈଠକ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା, ବାସଗୃହ ଓ ସାମ୍ବାଦିକଙ୍କ ସୁରକ୍ଷା ଆଦି ୩ ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଛି ।

ଏହି ବୈଠକରେ ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ନିହାର ରଞ୍ଜନ ପଣ୍ଡା, ଉପସଭାପତି ସୁକାନ୍ତ କୁମାର ମହାନ୍ତି ଓ ଭୁବନେଶ୍ୱର ଜିଲ୍ଲା ସଭାପତି ସୁନାକର ଦାସ ପ୍ରମୁଖଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କର୍ମକର୍ତ୍ତାମାନେ ଯୋଗ ଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।

ଜନସାଧାରଣଙ୍କ ଅସୁବିଧା ସରକାରଙ୍କ ନିକଟରେ ପହଞ୍ଚାଇବା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ସରକାର ରାଜ୍ୟର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସାମ୍ବାଦିକମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ ରହିଛନ୍ତି । ତେଣୁ ସରକାର ସାମ୍ବାଦିକଙ୍କ ଏହି ୩ ଦଫା ଦାବି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ସହୃଦୟତାର ସହ ବିଚାର କରିବାକୁ ବୈଠକରେ ଅନୁରୋଧ କରାଯାଇଛି । ବୈଠକରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକମାନେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.