Below header

ଦ୍ବିତୀୟ ଶ୍ରେଣୀର କୁନି ଧାବକ ରୋହିତ୍, ଆଖିରେ ଆଖିଏ ସ୍ବପ୍ନ ନେଇ ଧାଇଁ ଆସିଛି ସରକାରୀ ସହାୟତା ପାଇଁ

ଯାଜପୁର ଟାଉନ(): ଆଖିରେ ଆଖିଏ ସ୍ବପ୍ନ। ଆଉ ମନରେ କିଛି କରି ଦେଖାଇବାର ଜୋସ୍। ପିଲାଟିର ମୁହଁକୁ ଦେଖିଲେ ଦାରିଦ୍ରତାର ପତିବନ୍ଧକ ମାପି ହୋଇପଡୁଛି। ପ୍ରତିଭା ଅଛି ହେଲେ ପରିସ୍ଥିତି ସାଥ୍ ହେଉନି। ତେଣୁ ନିଜ ଭବିଷ୍ଯତକୁ ଯେପରି ଏଇ ପିଲାଟି ଦିନରୁ ହିଁ ସଜାଡି ପାରିବ ସେଥିପାଇଁ କୁନି ପାଦରେ ବାପା, ମା ଆଉ ସା ଭାଇ ସହ ଧାଇଁ ଆସିଛି ସରକାରୀ ସହାୟତା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିକଟକୁ ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଦର୍ପଣ ଗାଁର ଦ୍ବିତୀୟ ଶ୍ରେଣୀର ଛାତ୍ର ରୋହିତ୍ ବେହେରା । ଯିଏକି ଜଣେ କୁନି ଧାବକ। ରୋହିତ୍ ପ୍ରତିଦିନ ସକାଳୁ ୧୦ରୁ ୧୨ କିଲୋମିଟର ଦୌଡ଼ିବା ଅଭ୍ଯାସ କରୁଛନ୍ତି। ଆଗକୁ ସେ ଜଣେ ଭଲ ଧାବକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଏପଟେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କ ପାଠ ପଢାରେ ଅର୍ଥ ସାଜିଛି ବାଧକ। ସେଥିପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିବାକୁ ସେ ଆସିଛନ୍ତି। ଆଉ ଦାବି କରିଛନ୍ତି ନିଜ ଉଜ୍ବଳ ଭବିଷ୍ଯତ ପାଇଁ । ତାଙ୍କ ନିବେଦନ ଶୁଣିବା ପରେ ଜିଲ୍ଲାପାଳ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୟସ ସିନା ସାନ ହେଲେ ସ୍ବପ୍ନ ବହୁତ ବଡ। ନିଜ କୁନି ପାଦରେ ଦୌଡି ରେକର୍ଡ କରିବାର ଲକ୍ଷ୍ଯ ରଖିଥିବା ରୋହିତଙ୍କ ଗୁହାରୀ କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.