ୟୁଜର୍ସଙ୍କୁ ବଡ ଝଟକା ଦେଲା Truecaller, ଆପ୍‌ ବନ୍ଦ କଲା ଭଏସ କଲ୍‌ ରେକର୍ଡିଂ ସୁବିଧା

ଲୋକପ୍ରିୟ କଲ୍‌ ଆଇଡେଣ୍ଟିଫିକେସନ ଆପ୍‌ ଟ୍ରୁକଲର ନିକଟରେ ଏକ ବଡ ଘୋଷଣା କରିଛି। ଯାହା ଫଳରେ ଏହି ପ୍ଲାଟଫର୍ମରେ ଥିବା ବେଶି ବ୍ୟବହାର ହେଉଥିବା ଫିଚର ବନ୍ଦ ହେବାକୁ ଯାଉଛି। ଟ୍ରୁକଲର ରେକର୍ଡିଂ ଆପ୍ସ ଉପରେ କଟକଣା ଲଗାଇବା ନେଇ ଘୋଷଣା କରିଛି ଗୁଗଲ । ଅର୍ଥାତ୍‌ ଆଗାମୀ ମାସକରୁ ୟୁଜର୍ସ ଆପ୍‌ ଜରିଆରେ ଭଏସ କଲ୍‌ ରେକର୍ଡିଂ କରିପାରିବେ ନାହିଁ।

ସୂଚନା ମୁତାବକ, ମେ ୧୧ରୁ ଗୁଗଲ ଅନେକ ନୂଆ ପଲିସି ଲାଗୁ କରିବ ଯେଉଁଥିରେ ଥାର୍ଡ ପାର୍ଟି ଆପ୍ସକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ କଲ୍ ରେକର୍ଡିଂର ଆକ୍ସେସ୍ ମିଳିବନି । ଗୁଗଲର ଏହି ପଲିସିକୁ ଫଲୋ କରି ଏବେ ଟ୍ରୁକଲର କନଫର୍ମ କରିଛି କି ଏଣିକି ଟ୍ରୁକଲରରୁ କଲ୍ ରେକର୍ଡିଂ ହୋଇପାରିବନି ।

ଭାରତରେ ଅଧିକାଂଶ ଲୋକମାନେ ଟ୍ରୁକଲର ଜରିଆରେ କଲ୍ ରେକର୍ଡିଂ କରୁଥିଲେ । ଏବେ ଗୁଗଲର ନୂଆ ପ୍ଲେ ଷ୍ଟୋର ପଲିସି ଆସିବା ପରେ ଏହା ଉପରେ ପ୍ରଭାବ ପଡିବ । ଟ୍ରୁକଲର ଅନୁସାରେ ଏବେ ସାରା ବିଶ୍ୱରେ କମ୍ପାନୀ କଲ୍ ରେକର୍ଡିଂ ଅପ୍ସନ ବନ୍ଦ କରିଦେବ । ଟ୍ରୁକଲର ଗ୍ରାହକଙ୍କୁ ପସନ୍ଦକୁ ନଜରରେ ରଖି ଏହି ସୁବିଧା ଆଣିଥିଲା ଆପ୍ । କିନ୍ତୁ ଗୁଗଲର ଏହି ନିୟମ ପରେ ଏହି ସୁବିଧାକୁ ହଟାଇବାକୁ ବାଧ୍ୟ ହେଉଛି କମ୍ପାନୀ । ତେଣୁ କମ୍ପାନୀର ଆପରେ ଆଉ ସେହି ସୁବିଧା ମିଳିବନି । କିନ୍ତୁ ଅନ୍ୟ ସମସ୍ତ ସୁବିଧା ପୂର୍ବ ଭଳି ଯୋଗାଇବ କମ୍ପାନୀ ।

ତେବେ କେମିତି କରିବେ କଲ୍‌ ରେକର୍ଡ:

ଟ୍ରୁକଲର ଏହି ଫିଚର ବନ୍ଦ କରିବା ପରେ ଆପଣ କଲ୍‌ ରେକର୍ଡିଂ କରିବାକୁ ନେଇ ବ୍ୟସ୍ତ ହେଉଥିବେ। କିନ୍ତୁ ଏହାସତ୍ତ୍ୱେ ମଧ୍ୟ ଆପଣ କଲ୍‌ ରେକର୍ଡ କରିପାରିବେ। ଆପଣଙ୍କ ସ୍ମାର୍ଟଫୋନରେ କଲ୍‌ ରେକର୍ଡ କରିବାର ଫିଚର ପୂର୍ବରୁ ରହିଥିଲେ ଏହି ପଲିସି ଲାଗୁ ହେବା ପରେ ମଧ୍ୟ ଆପଣ କଲ ରେକର୍ଡ କରିପାରିବେ। ଏହି ପରିବର୍ତ୍ତନ କେବଳ ଥାର୍ଡ ପାର୍ଟି ଆପ୍ସ ପାଇଁ କରାଯାଇଛି।

ସୂଚନାଯୋଗ୍ୟ, ଟ୍ରୁକଲର ଆପ୍‌ ଭଳି ଆଉ ଏକ ଆପ୍‌ ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି ଗୁଗଲ୍‌। ରିପୋର୍ଟ ମୁତାବକ, Phone by Google ଆପ୍କୁ ଏକ ନୂଆ ଅବତାରରେ କମ୍ପାନୀ ଲଞ୍ଚ କରିବାକୁ ଯାଉଛି। Phone by Google ଆପ୍ ରେ କମ୍ପାନୀ ଅନେକ ପରିବର୍ତ୍ତନ କରିବ । ଏହି ଆପ୍ ରେ କଲର ଆଇଡି ଭଳି ଫିଚର୍ସ ଦେବ। ଏହା Phone by Goggle କମ୍ପାନୀ ଓ ଗୁଗଲ କଲ୍ ନାମରେ ଆଣିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.