Below header

ଚୋର ସନ୍ଦେହରେ ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ପିଟିଲେ ଲୋକେ, ବାଲେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଅମାନୁଷିକ ଘଟଣା

ବାଲେଶ୍ୱର(କେନ୍ୟୁଜ୍): ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ପିଟିଲେ ଯୁବକ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ରେଳ ଷ୍ଟେସନରେ । ସୂଚନା ଅନୁସାରେ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କ ବ୍ୟାଗ ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ କିଛି ଲୋକ ଧରିଥିଲେ । ପରେ ପୋଲିସ ଜିମା ନଦେଇ ଷ୍ଟେସନ ଆଗରେ ଥିବା ରାସ୍ତାରେ ଯୁବକଙ୍କୁ ଆଣ୍ଠେଇ ମାଡ଼ ମାରିଥିବା ଭିଡିଓ ଭାଇରାଲ ହୋଇଛି । ଷ୍ଟେସନ ବାହାରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ସ୍ଥାନୀୟ ଆରପିଏଫ୍‌ ଓ ଜିଆରପି ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.