Below header

ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ, ଏଭଳି ଦାବି କରିଛନ୍ତି ବ୍ରହ୍ମପୁର ସହରର ପୁନର୍ବାସୀ କଲୋନୀର ୧୨ ନମ୍ବର ୱାର୍ଡ ବାସିନ୍ଦା

ବ୍ରହ୍ମପୁର: ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ । ଏଭଳି ଦାବି କରିଛନ୍ତି ବ୍ରହ୍ମପୁର ସହରର ପୁନର୍ବାସୀ କଲୋନୀର ୧୨ ନମ୍ବର ୱାର୍ଡ ବାସିନ୍ଦା । ୧୫୦ରୁ ଅଧିକ ପରିବାର ୪୦ ବର୍ଷ ବର୍ଷ ହେଲା ରହି ଆସୁଛନ୍ତି। କଲୋନୀ ନିକଟରେ ଥିବା ନାଳ ଯୋଗୁ ବର୍ଷା ଦିନେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାର ସମାଧାନ ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ କଲୋନୀକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛି। ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାରମ୍ବାର କଲୋନୀ ଖାଲି କରିବା ପାଇଁ ନୋଟିସ ଦିଆଯାଇଥିଲେ ମଧ୍ୟ କଲୋନୀକୁ ଖାଲି କରୁନାହାନ୍ତି ବାସିନ୍ଦା। ସେମାନଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ କରାଯିବା ସହ ଗୃହ ପ୍ରଦାନ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଜାନୁୟାରୀରେ କଲୋନୀକୁ ଉଚ୍ଛେଦ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏହା ପୂର୍ବରୁ ସେମାନଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇବା ପାଇଁ ପ୍ରୟାସ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମର ଉପାଧ୍ୟକ୍ଷ ପ୍ରତିଶୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.