ଟପ୍‌ ମାଓ ନେତା ରମନ୍ନାର ମୃତ୍ୟୁ ପରେ ମାଓ ସଂଗଠନ ଜାରି କଲା ଅଡିଓ ଟେପ

ଛତିଶଗଡ଼: ଟପ୍‌ ମାଓ ନେତା ରମନ୍ନାର ମୃତ୍ୟୁ ପରେ ମାଓ ସଂଗଠନର ଅଡିଓ ଟେପ ଜାରି। ରମନ୍ନାର ପାର୍ଥିବ ଶରୀରକୁ ପାମେଡ଼ ଜଙ୍ଗଲରେ ଅନ୍ତିମ ସଂସ୍କାର କରାଯାଇଥିବା ଅଡିଓ ଟେପରେ କୁହାଯାଇଛି। ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଓ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସଚିବ ରହିଥିବା ରମନ୍ନାକୁ ଛତିଶଗଡ଼ର ବିଜାପୁର ଜିଲ୍ଲା ପାମେଜ ଜଙ୍ଗଲରେ ଶତାଧିକ ସାଥୀ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯାଇଛି। କିଛିଦିନ ଧରି ସେ ଅସୁସ୍ଥ ରହିବା ପରେ ଗତ ରବିବାର ହୃଦଘାତରେ ତାର ମୃତ୍ୟୁ ଘଟିଥିଲା। ସେଠାରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ କରି ମାଓ ସଂଗଠମ ପକ୍ଷରୁ ଲାଲ ସଲାମ ଦିଆଯାଇଛି। ୧୯୮୩ରେ ମାଓ ସଂଗଠନରେ ଯୋଗ ଦେବା ସହ ୨୦୧୪ରେ କେନ୍ଦ୍ରୀୟ କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ରମନ୍ନାର ମୃତ୍ୟୁ ପରେ ମାଓ ସଂଗଠନକୁ ବଡ଼ ଧକ୍କା ଲାଗିଛି। ଦୀର୍ଘ ବର୍ଷ ଧରି ସେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ତେଲଙ୍ଗାନାରେ ଅନେକ ହିଂସାକାଣ୍ଡରେ ଘଟାଇଥିଲା। ତା ନାଁରେ ଦୁଇକୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.