ଗଞ୍ଜେଇ ଚୋରାଚାଲାଣ ମାମଲାରେ ସଜା କାଟୁଥିବା କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ, ଥାନା ଘେରିଲେ ସ୍ଥାନୀୟବାସିନ୍ଦା

କନ୍ଧମାଳ(କେନ୍ୟୁଜ୍):  କଏଦୀଙ୍କ ମୃତ୍ୟୁକୁ ନେଇ ଥାନା ଘେରାଉ । କନ୍ଧମାଳ ଗୋଛାପଡ଼ାରେ ଗଞ୍ଜେଇ ଚୋରାଚାଲାଣ ମାମଲାରେ ସଜା କାଟୁଥିବା କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ମାଣିବାନ୍ଦା ଗାଁର ମୃତ୍ୟୁଞ୍ଜୟ କହଁର । ଅସୁସ୍ଥତା ଯୋଗୁ ମାର୍ଚ୍ଚ ୮ତାରିଖ ଦିନ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପ୍ରସାରିତ ପରେ ଥାନା ଘେରାଉ କରିଥିଲେ ସ୍ଥାନୀୟବାସିନ୍ଦା ।

kandhamal

ପରିବାର ଲୋକ ଓ ଗୋଛାପଡା ଅଞ୍ଚଳର ବିଭିନ୍ନ ପଞ୍ଚାୟତବାସିନ୍ଦା ଥାନା ଆଗରେ ମୃତଦେହ ରଖି ପ୍ରତିବାଦ କରିଥିଲେ । ମୃତକଙ୍କ ପରିବାର ବର୍ଗଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୁରଣ, ନ୍ୟାୟ ଓ ଉକ୍ତ ଅଞ୍ଚଳର ଥାନାଧିକାରଙ୍କୁ ତୁରନ୍ତ ନିଲମ୍ବନ କରିବା ପାଇଁ ଦାବି କରିଥିଲେ । ଫିରିଙ୍ଗିଆ ବିଡିଓ, ଫୁଲବାଣୀ ଏସ୍‌୍‌ଡିପିଓ, ଡିଏସ୍‌୍‌ପି, ଫୁଲବାଣୀ ବିଧାୟକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରୁ ଓହରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.