Below header

ଜରୁରୀ ସେବାରେ ଗଡ଼ିବ ଆଉ ୧୦୬ଟି ଏମରଜେନ୍ସି ରେସପନ୍ସ ଭେହିକିଲ, କଟକ ଷଷ୍ଠ ବାଟାଲିୟନରେ ଶୁଭାରମ୍ଭ କଲେ ସ୍ପେଶାଲ ଡିଜି ମନୋଜ ଛାବ୍ରା

କଟକ(କେନ୍ୟୁଜ୍): ଜରୁରୀ ସେବାରେ ଗଡ଼ିବ ଆଉ ୧୦୬ଟି ଏମରଜେନ୍ସି ରେସପନ୍ସ ଭେହିକିଲ । ୧୧୨ ଜରୁରୀକାଳୀନ ନମ୍ବର ସହ ରହିବ ଗାଡ଼ିଗୁଡିକର ସଂଯୋଗ। କଟକ ଷଷ୍ଠ ବାଟାଲିୟନ ପରିସରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ସ୍ପେଶାଲ ଡିଜି ମନୋଜ ଛାବ୍ରା। ସମସ୍ତ ଜିଲ୍ଲାକୁ ପ୍ରଦାନ କରାଯିବ ଏହି ଜରୁରୀକାଳୀନ ୧୧୨ ଗାଡି। ଏହି ନମ୍ବର ଜରିଆରେ ପୋଲିସ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ସେବା ଆଦି ସେବା ପାଇ ହେବ। କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ମୋଟ ୧୪ଟି ଗାଡି ରହିଛି।

ପ୍ରତି ଜିଲ୍ଲା ଓ ପ୍ରମୁଖ ସହରକୁ ୩ଟି ଲେଖାଁଏ ଗାଡି ପ୍ରଦାନ କରାଯାଇଛି। ରାଜ୍ୟରେ ଜରୁରୀକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ପୋଲିସର ମିଳିତ ଆନୁକୂଲ୍ୟରେ ଇଆରଭି ସେବାର ଶୁଭାରମ୍ଭ ହୋଇଛି। ଏଥିରେ ଜିଆଇଏସ ଓ ଜିପିଏସ ସୁବିଧା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.