ଏକତରଫା ପ୍ରେମରେ ବିଫଳ: ବିବାହିତା ମହିଳାଙ୍କୁ ଅପହରଣ ଉଦ୍ୟମ ପରେ ଲହୁଲୁହାଣ କରି ଫେରାର ହେଲା ଯୁବକ

କାମାକ୍ଷାନଗର(କେନ୍ୟୁଜ୍): ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଜୋର ଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ। ଉଦ୍ୟମରେ ବିଫଳ ହେବାରୁ ମହିଳାଙ୍କୁ ମାଡ ମାରି ଲହୁଲୁହାଣ କରି ଫିଙ୍ଗି ଦେଇ ଫେରାର ହୋଇଯାଇଛି ବିଫଳ ପ୍ରେମିକ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତୁମୁସିଙ୍ଗା ଥାନା ଶାଳପଡା ଗ୍ରାମରେ ।

ସୂଚନା ଅନୁସାରେ ଶାଳପଡା ଗ୍ରାମର ଜୈନିକ ମହିଳା ପରଜଙ୍ଗ ଥାନା ଝିଲ୍ଲି ଗ୍ରାମରେ ବିବାହ କରିଥିଲେ।ହେଲେ କିଛି ଦିନ ହେବ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ଯୋଗୁଁ ସେ ଆସି ବାପ ଘରେ ରହୁଥିଲେ। ତେବେ ସନ୍ଧ୍ୟା ୭ଟା ସମୟରେ  ମହିଳା ଜଣଙ୍କ ତାଙ୍କ ମାଆ ସହିତ ଶୈାଚପାଇିଁ ଯାଇଥିବା ବେଳେ, ଏକ ତରଫା ପ୍ରେମ କରୁଥିବା ତଳବେରେଣା ଗ୍ରାମର ଜିତୁ ନାୟକ ଜୋରଜବରଦସ୍ତି ମାଡମାରି ମହିଳାଙ୍କୁ ଉଠାଇ ନେବାକୁ ଉଦ୍ୟମ କରୁଥିଲା । ତାଙ୍କ ମାଆ ଚିତ୍କାର କରି ଡାକିବାରୁ  ଗାଁର କିଛି ଲୋକ ଆସିଯିବାରୁ ଜିତୁ  ଛାଡି ଦେଇ ଫେରାର ହୋଇଯାଇଛି।ପରିବାର ଲୋକ ମହିଳାଙ୍କୁ ଉଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି।ଏ ସଂକ୍ରାନ୍ତରେ କୌଣସି ଲିଖିତ ଅଭିଯୋଗ ଥାନାରେ ହୋଇନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.