Below header

ପଟ୍ଟାମୁଣ୍ଡାଇ ତହସିଲ ଅଫିସ ସମ୍ମୁଖରୁ ଧାରଣାରୁ ଉଠିଲେ ସାମ୍ବାଦିକ, ମାମଲା ପ୍ରତ୍ୟାହାର ନେଇ ତହସିଲଦାର ଦେଲେ ପ୍ରତିଶ୍ରୁତି

କେନ୍ୟୁଜ୍(ବ୍ୟୁରୋ): ପଟ୍ଟାମୁଣ୍ଡାଇ ତହସିଲ ସମ୍ମୁଖରୁ ଧାରଣାରୁ ଉଠିଲେ ସାମ୍ବାଦିକ। ଅଭିଯୋଗ ପ୍ରତ୍ୟାହାର କରିବା ନେଇ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣାରତ ସାମ୍ବାଦିକମାନେ ଧାରଣାରୁ ହଟିଛନ୍ତି । ଗତ ଶନିବାର ପଟ୍ଟାମୁଣ୍ଡାଇ ବ୍ଲକ କଣିପାଳ ଗାଁର କିଛି ଚାଷୀ ବେଆଇନ ଇଟାଭାଟିକୁ ବିରୋଧ କରି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହାକୁ କେନ୍ଦ୍ରକରି ଚାଷୀ ଓ ତହସିଲଦାରଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଏଥିରେ ତହସିଲଦାର ୨ ଜଣ ଚାଷୀଙ୍କ ନାଁରେ ଥାନାରେ ଅଭିଯୋଗ କରିବା ସହ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ନାଁରେ ମିଥ୍ୟା ଅଭିଯୋଗ କରିଥିଲେ । ଏହକୁ ବିରୋଧ କରି ଆଜି ପଟ୍ଟାମୁଣ୍ଡାଇ ତହସିଲ ସମ୍ମୁଖରେ ସାମ୍ବାଦିକମାନେ ଧାରଣାରେ ବସିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.