Below header

ଆଜିଠାରୁ ଲକ୍‌ଡାଉନ୍‌ ୨.୦ ; ଏଥର କଟକଣା ରହିଛି ଆହୁରି କଠୋର

ଭୁବନେଶ୍ୱର (କେନ୍ୟୁଜ) : ଆଜିଠାରୁ ଲକ୍‌ଡାଉନ୍‌ ୨.୦। ଜୁନ୍‌ ୧ ତାରିଖ ଯାଏଁ ଲକ୍‌ଡାଉନ୍‌ ବଢାଇଛନ୍ତି ରାଜ୍ୟ ସରକାର। କରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ତେବେ ଏଥର କଟକଣା ଆହୁରି କଠୋର ରହିଛି । ଲକଡାଉନରେ କେବଳ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଏହି ସମୟରେ ଲୋକମାନେ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ପୂର୍ବରୁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ କଟକଣାକୁ କୋହଳ ଥିଲା । ଏବେ ୬ ଘଣ୍ଟା ପରିବର୍ତ୍ତେ ୪ ଘଣ୍ଟାକୁ କୋହଳ ସମୟସୀମା କମାଯାଇଛି। ଲୋକମାନେ ଚାଲି ଚାଲି ଯାଇ ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.