ହସପିଟାଲ ନୁହେଁ ଲନରେ ବସି କୋଭିଡ ଟିକା ନେଲେ କୁଲଦୀପ ଯାଦବ, ଯାଞ୍ଚ ଆଦେଶ

ଭାରତୀୟ କ୍ରିକେଟ ଟିମର ବୋଲର କୁଲଦୀପ ଯାଦବ କୋଭିଡ ପ୍ରୋଟୋକଲ ଭାଙ୍ଗି ଭିଆଇପି ଟ୍ରିଟମେଣ୍ଟ ନେଇ ଥିବା ଘଟଣାର ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଯାଦବ ଶିନବାର ଦିନ ଟିକାର ପ୍ରଥମ ଡୋଜ ନେବା ବେଳର ଫଟୋ ଟ୍ବିଟରରେ ସେୟାର କରିଥିଲେ । ଏହା ସହିତ ସମସ୍ତଙ୍କୁ ଟିକା ନେବା ପାଇଁ ସେ କହିଛନ୍ତି।
କିନ୍ତୁ ଏହି ଫଟୋରେ କୁଲଦୀପ କୌଣସି ହସପିଟାଲ ନୁହେଁ, ଏକ ଲନରେ ବସି ଟିକା ନେଉଥିବା ଦେଖିବାକୁ ମିଳିଛି। ଯାହା ଟିକାକରଣ ନିୟମକୁ ଉଲ୍ଲଙ୍ଘନ କରୁଛି । ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲାଧିକାରୀ ଆଲୋକ ତିୱାରୀ ଅନ୍ୟ ଜଣେ ଅଧିକାରୀ ଅତୁଲ କୁମାରଙ୍କୁ ମାମଲାର ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛନ୍ତି।

କୁଲଦୀପଙ୍କୁ ଗୋବିନ୍ଦ ନଗର ସ୍ଥିତ ଜାଗେଶ୍ବର ହସପିଟାଲରେ ଟିକା ନେବାର ଥିଲା। କିନ୍ତୁ ସେ କାନପୁର ନଗର ନିଗମର ଗେଷ୍ଟ ହାଉସ ଲନରେ ବସି ଟିକା ନେଇଛନ୍ତି। ଯାହାକୁ ଦେଖିଲା ପରେ ଫ୍ଯାନମାନେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.