କମୁଛି ସଂକ୍ରମଣ ବଢ଼ୁଛି ମୃତ୍ୟୁହାର, ୨୪ ଘଣ୍ଟାରେ ୨ଲକ୍ଷ ୬୭ହଜାର ୧୭୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ଚିନ୍ତା ବଢାଉଛି ମୃତ୍ୟୁହାର। କମିଛି ଦୈନିକ କରୋନା ସଂକ୍ରମଣ । ବଢୁଛି ସୁସ୍ଥ ସଂଖ୍ୟା । ଗତକାଲି ଦୈନିକ ସୁସ୍ଥ ସଂଖ୍ୟା ରେକର୍ଡ ୪ ଲକ୍ଷ ପାର କରିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍‌ । କ୍ରମାଗତ ତୃତୀୟ ଦିନରେ ଦେଶରେ ୩ ଲକ୍ଷ ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୨ଲକ୍ଷ ୬୭ହଜାର ୧୭୪ ସଂକ୍ରମିତ ବାହାରିଛନ୍ତି । ତେବେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌ । ଗତ ୨୪ ଘଣ୍ଟାରେ ରେକର୍ଡ ୪ହଜାର ୫୨୫ ଜୀବନ ନେଇଛି କରୋନା । ସପ୍ତାହକ ମଧ୍ୟରେ ସପ୍ତମ ଥର ପାଇଁ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ଉପରେ ରହିଛି । ଗତକାଲି ୪ ହଜାର ୩୨୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଗୁରୁବାର ୪ ହଜାର ୧୨୦ ଓ ଶୁକ୍ରବାର ୪ ହଜାର ଜଣଙ୍କ ଜୀବନ ନେଇଥିଲା କିଲର ଭାଇରସ । ମୋଟ୍‌ ମୃତ୍ୟୁସଂଖ୍ୟା ରହିଛି ୨ ଲକ୍ଷ ୮୩ ହଜାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.