କେନ୍ଦୁଝର : ଲକ ଡାଉନ ପରିସ୍ଥିତିରେ ଅଟକି ଯାଇଛି ଆନନ୍ଦପୁର ବାସୀଙ୍କ ଜୀବନଚର୍ଯ୍ୟା, ଭୋକ ଉପାସରେ କଟୁଛି ଦିନ

ଆନନ୍ଦପୁର: ବିଶ୍ୱ ମହାମାରୀ ରୂପ ଧାରଣ କରିଥିବା କରୋନା ଭୁତାଣୁକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ଦେଶ କୁ ଲକଡାଉନ ଘୋଷଣା କରାଗଲା। ରାଜ୍ୟରେ ଗରିବ ଆଦିବାସୀ ମାନେ ଏହି ସ୍ଥିତି ଯୋଗୁ ଅସୁବିଧାର ସମ୍ମୁଖିନ ନହେବା ନିମନ୍ତେ ରାଜ୍ୟସରକାର ଆରମ୍ଭ କଲେ ବିଭିନ୍ନ ଯୋଜନା । ହେଲେ ଏହି ଯୋଜନା ସବୁ ପ୍ରକୃତ ପକ୍ଷେ କେତେ ଫଳପ୍ରଦ ବାସ୍ତବ ଘଟଣା ଦେଖିଲେ ହିଁ ଜଣା ପଡିବ ।

ସମଗ୍ର ଦେଶରେ ନବମ ଦିନରେ ପହଁଚିଛି ଲକଡାଉନ ସ୍ଥିତି। ଲକଡାଉନ ସ୍ଥିତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ର ଆଦିବାସୀ ମାନଙ୍କ ଜୀବନଶୈଳୀର ସ୍ଥିତି ଯେମିତି ଅଟକି ଯାଇଛି । ଆନନ୍ଦପୁର ବ୍ଲକ ର ସବୁଜ ବନାନୀ ଘେରା ଦରଖଳା ଗାଁ। ସମ୍ପୂର୍ଣ୍ଣ ରୂପେ ଆଦିବାସୀ ଅଧ୍ୟୁଷିତ

ଏହି ଅଞ୍ଚଳର ଜନସାଧାରଣ ମୂଲ ମଜୁରୀ ଲାଗିବା ସହିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଗାଁ ଗାଁ ବୁଲି ବିକ୍ରି କରି ପେଟକୁ ଦାନା ଯୋଗାଡ଼ କରିଥାନ୍ତି। ହେଲେ ବିଶ୍ୱ ମହାମାରୀ କରୋନା ଭୁତାଣୁ ଯୋଗୁ ସବୁ ଜାଗାରେ ଲକଡାଉନ ଥିବାରୁ ଏବେ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ଜୀବନଚର୍ଯ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.