Below header

କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ୍‌ ସାଇନସେସ୍‌, କିମ୍‌ସରେ ଉଦ୍‌ଘାଟିତ ହେଲା ରାଜ୍ୟ ଓ ଦେଶର ପ୍ରଥମ କୋଭିଡ୍‌ ହସପିଟାଲ, ଭିଡିଓ କନଫେରେନସିଂରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ମୁକାବିଲା କ୍ଷେତ୍ରରେ ଆଗକୁ ବଢିଲା ଓଡ଼ିଶା। ଭୁବନେଶ୍ୱର କିମ୍‌ସ ହସପିଟାଲ ପରିସରରେ ଆଜି ଉଦ୍‌ଘାଟିତ ହୋଇଛି ରାଜ୍ୟ ତଥା ଦେଶର ପ୍ରଥମ କୋଭିଡ୍‌ ହସ୍‌ପିଟାଲ । କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂ ଜରିଆରେ ଏହି ସ୍ୱତନ୍ତ୍ର କରୋନୋ ଚିକିତ୍ସା ହସପିଟାଲକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ ।

2ଏହି କୋଭିଡ୍‌ ହସପିଟାଲରେ ୫୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ହେଲେ ଆଗକୁ ଶଯ୍ୟା ସଂଖ୍ୟା ବଢ଼ାଯିବ । ସବୁଠାରୁ ବଡ଼ କଥା ହେଉଛି ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଡାକ୍ତଖାନାକୁ ପ୍ରସ୍ତୁତ କରାଯାଇଛି । କରୋନା ଭାଇରସ୍‌ ମୁକାବିଲା ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ୍‌ ସାଇନସେସ୍‌ ବା କିମ୍‌ସ୍‌ ପ୍ରସ୍ତୁତ କରିଛି କୋଭିଡ୍‌-୧୯ ହସ୍ପିଟାଲ । ସେହିପରି ଅଶ୍ୱିନୀ ହସ୍ପିଟାଲରେ ବି କାର୍ଯ୍ୟକ୍ଷମ ହୋଇଛି କୋଭିଡ୍‌ ହସ୍ପିଟାଲ। କରୋନା ଆକ୍ରାନ୍ତଙ୍କ ପାଇଁ ଏଠାରେ ୧୨୫ ବେଡ୍‌ ରହିଛି। ୧୯ ହସ୍ପିଟାଲରେ ସମସ୍ତ କରୋନା ରୋଗୀ ବିନା ଶୁଳ୍କରେ ସେବା ପାଇବା ସହ ମାଗଣା ଖାଇବା, ରହିବାର ବ୍ୟବସ୍ଥା ରହିଛି ।

3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.