Below header

ଓଡ଼ିଶାରେ ଶଙ୍କା ବଢାଇଲା ଦିଲ୍ଲୀ ସମାବେଶ, ଓଡିଶା ଫେରିଥିବା ୨୨ ଜଣଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଆଫ୍ରିକାନ

ଭୁବନେଶ୍ୱର: ଓଡ଼ିଶାରେ ଶଙ୍କା ବଢାଇଲା ଦିଲ୍ଲୀ ସମାବେଶ । ତବଲିଗ୍‌ ଜମାତ୍‌ରୁ ୨୨ ଜଣ ବ୍ୟକ୍ତି ଓଡ଼ିଶା ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ୨୨ ଜଣଙ୍କ ମଧ୍ୟରେ ୭ଜଣ ଆଫ୍ରିକାନ୍‌ ହୋଇଛନ୍ତି । ସମସ୍ତଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସମସ୍ତଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରୁ ୧୫ଟି ରିପୋର୍ଟ ନେଗେଟିଭ୍‌ ଆସିଛି ।

ଏହି ୧୫ଟି ନମୁନା ମଧ୍ୟରୁ ୧୨ଟି ରାଉରକେଲା, ଗୋଟିଏ କେନ୍ଦ୍ରାପଡ଼ା, ଗୋଟିଏ କଟକ ଏବଂ ଗୋଟିଏ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଅନ୍ୟମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତବଲିଗ ଜମାତ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରୁ କରୋନାରେ ୧୦ଜଣଙ୍କ ମୃତ୍ୟୁ ଓ ଅନେକ ଆକ୍ରାନ୍ତ ହେବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

jamat

ଅନ୍ୟ ପକ୍ଷରେ ଦିଲ୍ଲୀର ନିଜାମୁଦ୍ଧିନ ଧର୍ମ ସଭାକୁ ଯାଜପୁର ଜିଲାର ୩ ଜଣ ଯାଇଥିଲେ ବୋଲି ଆଜି ଜିଲା ପ୍ରଶାସନ ସ୍ପଷ୍ଟ କରିଛି । ସେମାନଙ୍କ ମଧ୍ୟରେ ବିଂଝାରପୁର ଅଂଚଳର ବ୍ୟକ୍ତିଙ୍କ ଦେହରେ କୋରେନା ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଜାମୁଦ୍ଧିନରୁ ପେଂରିଥିବା ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯାଇଛି । ସେହିପରି ଅନ୍ୟ ଦୁଇ ଜଣ ଧର୍ମଶାଳା ଥାନା ବ୍ରହ୍ମବରଦା ଏବଂ ନେଉଳପୁର ଅଂଚଳର ବୋଲି ଜଣାପଡିଛି ।

ସେମାନଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯିବ ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି । ଜିଲାରେ ଏହି ୩ ଜଣ ନିଜାମୁଦ୍ଧିନ ଅଂଚଳରୁ ଆସିବା ଘଟଣା ଜଣାପଡିବା ପରେ ଜିଲାର ସମସ୍ତ ସୀମାକୁ ବନ୍ଦ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.