ଝାରସୁଗୁଡ଼ା: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜେଲ୍‌ରୁ ମୁକୁଳିଲେ କଏଦୀ

ଝାରସୁଗୁଡ଼ା; କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜେଲ୍‌ରୁ ମୁକୁଳିଲେ କଏଦୀ। ଭାଇରସ କଟକଣାକୁ ପାଳନ କରିବା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଝାରସୁଗୁଡ଼ା ଉପକାରାଗାରରୁ କଏଦୀ ମାନଙ୍କୁ ପାରୋଲ ଓ ଲେଲ୍‌ରେ ଛଡାଯାଇଛି। ପ୍ରଥମେ ୮ଜଣ କଏଦୀଙ୍କୁ ଛଡାଯାଇଥିବାବେଳେ ଆଗକୁ ଆଉ କିଛି କଏଦୀଙ୍କୁ ଛଡାଯିବ ବୋଲି ଜେଲର ସୂଚନା ଦେଇଛନ୍ତି। ୨୨ଜଣଙ୍କୁ ବେଲ୍‌ରେ ଛାଡିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି। ଏବେ ଝାରସୁଗୁଡ଼ା ଜେଲ୍‌ରେ ୨୮୮ କଏଦୀ ଥିବାବେଳେ ୨୪୪ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.