ଆମେରିକାରେ ୫୦୦୦ ଟପିଲା କରୋନା ମୃତ୍ୟୁ, ୨୪ ଘଣ୍ଟାରେ ପ୍ରାଣ ହରାଇଲେ ୧,୦୦୦ ରୁ ଉର୍ଦ୍ଧ୍ୱ ଲୋକ

ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ବର୍ତ୍ତମାନ୍ କରୋନା କବଳରେ । ଏହି ଭାଇରସ୍ ଯୋଗୁଁ ଗତ ୨୪ ଘଣ୍ଟାରେ ଆମେରିକାରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ଵ ଲୋକ ପ୍ରାଣ ହରାଇଛନ୍ତି । ଯାହାଦ୍ୱାରା ଏହି ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୫୦୦୦ ଟପିଛି । ତେବେ ବର୍ତ୍ତମାନ୍ ଆମେରିକାରେ କରୋନା ମୃତ୍ୟୁହାର ଚୀନ ଠାରୁ ମଧ୍ଯ ଟପିଯାଇଛି ।

ସୂଚନା ଅନୁଯାୟୀ ଆମେରିକାରେ କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ସହର ହେଉଛି ନ୍ୟୁୟର୍କ୍ । କେବଳ ଏହିଠାରେ ହିଁ ୨,୦୦୦ ରୁ ଉର୍ଦ୍ଧ୍ଵ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୮୩,୦୦୦ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । କେବଳ ସେତିକି ନୂହେଁ ଏଠାରେ ନର୍ସ ଓ ଡାକ୍ତରମାନେ ମିଶି ପ୍ରଦର୍ଶନ କରିବା ମଧ୍ୟ ଆରମ୍ଭ କରିଦେଲେଣି । ସେମାନଙ୍କ ଦାବି ଅନୁଯାୟୀ ତାଙ୍କ ପାଖରେ N95 ମାସ୍କ, କରୋନା ପ୍ରୋଟେକ୍ଟ ସୁଟ ଏବଂ ଭେଣ୍ଟିଲେଟର ଇତ୍ୟାଦିର ଅଭାବ ରହିଛି ଯେଉଁ କାରଣରୁ ସେମାନେ କରୋନା ସହ ମୁକାବିଲା କରିବା ପାଇଁ ସମର୍ଥ ହୋଇପାରୁନାହାନ୍ତି ଏବଂ ସେମାନେ ନିଜେ ମଧ୍ଯ କରୋନାରେ ସଂକ୍ରମଣ ହୋଇପାରନ୍ତି ବୋଲି କହିଛନ୍ତି ।

More then 1000 people died from Coronavirus in last 24 hours in America

ସୂଚନା ଅନୁଯାୟୀ ଆମେରିକାରେ କରୋନା ପାଇଁ ବର୍ତ୍ତମାନ୍ ପର୍ଯ୍ୟନ୍ତ ୫,୨୦୩ ଜଣ ପ୍ରାଣ ହରାଇ ସାରିଛନ୍ତି । ତା ସହିତ ୨,୧୫,୦୦୩ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଏଠାରେ ଜଣେ ୬ ସପ୍ତାହର ଶିଶୁ ମଧ୍ଯ କରୋନା ପାଇଁ ମୃତ୍ୟୁବରଣ କରିଛି । ଯାହାକି କରୋନା ମୃତ୍ୟୁରେ ସବୁଠାରୁ କମ୍ ବୟସର ଅଟେ । ଗତ ୨୪ ଘଣ୍ଟାରେ ଆମେରିକାରେ ୧୦୪୯ ଜଣ ଲୋକଙ୍କ ଜୀବନ ନେଇଛି କରୋନା । ସୁଚନା ଅନୁଯାୟୀ ଆମେରିକାର ୟୁଏସ କରୋନା ଟାସ୍କ ଫୋର୍ସ କରୋନା ଯୋଗୁଁ ଆମେରିକାରେ ୧ ରୁ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଅନୁମାନ କରିଛି । ଏହାସହିତ ଦେଶରେ ମୃତ୍ୟୁହାର କମ୍ କରିବା ପାଇଁ ଅନେକ୍ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସରକାର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.