ହଠାତ ଅସୁସ୍ଥ ହୋଇପଡିଲା ପାଳିତ କୁକୁର, ଟୁଇଟରରେ ଏମିତି ସାହାଯ୍ୟ ମାଗିଲେ ଏହି କ୍ରିକେଟର, ସୋସିଆଲ ମିଡିଆରେ ଭାଇରଲ

କରୋନା ଲକଡାଉନ ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି ସୂର୍ଯ୍ୟକୁମାର ଯାଦବଙ୍କ ପାଳିତ କୁକୁର ଅସୁସ୍ଥ ହୋଇପଡିଛି । ଏଥିପାଇଁ ସେ ଟୁଇଟରରେ ଏକ ପୋଷ୍ଟ କରି ସହାୟତା ମାଗିଛନ୍ତି । ସେ ଲେଖିଛନ୍ତି, ମୋ ପାଳିତ କୁକୁର ବେମାର ପଡିଯାଇଛି, ଆପଣଙ୍କ ସାହାଯ୍ୟ ନିହାତି ଆବଶ୍ୟକ । ଆମେ ଏହାର ଔଷଧ ପ୍ରାପ୍ତ କରିବାକୁ ଚେଷ୍ଟା କରୁଛୁ, କିନ୍ତୁ ମେଡିସିନ ଷ୍ଟୋରରେ ମିଳୁନାହିଁ । ଏମିତି କିଏ ଅଛି, ଯିଏ ଆମକୁ ସାହାଯ୍ୟ କରିପାରିବ । ଯାଦବ ନିଜ ଟୁଇଟରେ ମୁମ୍ବାଇ ପୋଲିସ, ମହାରାଷ୍ଟ୍ରର ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ ଟ୍ୟାଗ କରିଛନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ ଏହି ଟୁଇଟ ପରେ ଆଦିତ୍ୟ ଠାକରେଙ୍କ ନିକଟତର ରାହୁଲ ଏନ କନାଲ ଟୁଇଟ କରି ଏହାର ଜବାବ ଦେଇଛନ୍ତି । ସେ ଯାଦବଙ୍କ ଔଷଧର ଫଟୋ ମାଗିଥିଲେ । ଏହି ବ୍ୟାଟ୍ସମ୍ୟାନ ଜଣକ କହିଥିଲେ, ତାଙ୍କୁ ଔଷଧର 3-4ଟି ବୋତଲ ଦରକାର । ଏହାପରେ ତାଙ୍କୁ ସାହାଯ୍ୟ କରାଯାଇଥିଲା ଏବଂ ରାହୁଲ ଏନ କନାଲ ତାଙ୍କ ଘରେ ଔଷଧର ବୋତଲ ପହଞ୍ଚାଇ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.