ସାରା ରାଜ୍ୟରେ ଚାଲିଛି PDS ସାମଗ୍ରୀ ବଣ୍ଟନ, ଦିନର ଦୁଇଟି ସମୟରେ ହିତାଧିକାରୀଙ୍କୁ ଯୋଗାଯାଉଛି ସାମଗ୍ରୀ

ସାରା ରାଜ୍ୟରେ ଚାଲିଛି PDS ସାମଗ୍ରୀ ବଣ୍ଟନ। ରାଜଧାନୀ ଭୁବନେଶ୍ୱରର  ବିଭିନ୍ନ ୱାର୍ଡ ସ୍କୁଲରେ ଥିବା ଏହି ସାମଗ୍ରୀ ବଣ୍ଟାଯାଉଛି। ହିତାଧିକାରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ସାମଗ୍ରୀ ଦିଆଯାଉଛି। ଅନ୍ତଦ୍ୱୟ ଯୋଜନାରେ ଅନ୍ତର୍ଭୂକ୍ତ ହିତାଧିକାରୀଙ୍କୁ ଏହି ସାମଗ୍ରୀ ଦିଆଯାଉଛି। ଆସନ୍ତାକାଲିଠୁ ଅନ୍ୟ ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟାଯିବ। ସକାଳ ୮ଟା ରୁ ଅପରାହ୍ନ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ପିଡିଏସ୍‌ ଯୋଗାଇ ଦିଆଯିବ। ସମସ୍ତ ହିତାଧିକାରୀଙ୍କୁ ଆଗୁଆ ୩ ମାସ ସାମଗ୍ରୀ ଦିଆଯାଉଛି। ଏପ୍ରିଲ ୧୫ପର୍ଯ୍ୟନ୍ତ ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲିବ। କିଛି ସ୍ଥାନରେ ନିମ୍ନମାନର ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.