Below header

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆଜି ଥିଲା ଜନ୍ମଦିବସ, ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ ବାଚସ୍ପତି ଓମ୍‌ ବିର୍ଲା

କିସ୍‌ରେ ପ୍ରତିଷ୍ଠିତ ଗୋପବନ୍ଧୁ ଚେୟାର କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ସୋମବାର କଟକ ଗୋପବନ୍ଧୁ ଭବନ ଗସ୍ତ କରିଥିଲେ
କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ଗୋପବନ୍ଧୁ ଭବନରେ, ଗୋପବନ୍ଧୁ ଚେୟାର ସମ୍ପର୍କରେ ଆଲୋଚନା କରିଥିଲେ। ଉପସ୍ଥିତ ଥିଲେ ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟ, ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ, ସାଧାରଣ ପରିଚାଳକ ପ୍ରିୟବ୍ରତ ମହାନ୍ତି, ଦୈନିକ ସମାଜର କାର୍ଯ୍ୟ ନିର୍ବାହୀ ସମ୍ପାଦକ ସୁଶାନ୍ତ ମହାନ୍ତି, ବ୍ୟଙ୍ଗ ଚିତ୍ରକର ପ୍ରମୋଦ ରଥ। ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ଜାନୁଆରୀ ୨୦ ତାରିଖ ଡ. ଅଚ୍ୟୁତ ସାମନ୍ତଙ୍କ ଜନ୍ମ ଦିନ ବୋଲି ଜାଣିବାକୁ ପାଇଥିଲେ। ଏହି ଖବରରେ ସମସ୍ତେ ଖୁସି ବ୍ୟକ୍ତ କରିବା ସହ ସେମାନେ ଡ.ସାମନ୍ତଙ୍କ ମୁଣ୍ଡରେ ହଳଦି ଚାଉଳ ପକାଇ ଆଶୀର୍ବାଦ କରିଥିଲେ।

Image may contain: 13 people, people smiling, people standing, hat, beard and outdoorଏଥିରେ ଡ.ସାମନ୍ତ ସେମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ। ଜାନୁଆରୀ ୨୦ ତାରିଖରେ ନିଜ ଜନ୍ମ ଦିନକୁ ଡ.ସାମନ୍ତ ଆନୁଷ୍ଠାନିକ ଭାବେ ପାଳନ କରୁ ନଥିଲେ ମଧ୍ୟ ଆଜି ସକାଳୁ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଡ.ସାମନ୍ତଙ୍କ ଜନ୍ମ ଦିନ ପାଇଁ ପ୍ରଥମେ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସମସ୍ତ ବିଶ୍ୱରେ ଥିବା ଡ.ସାମନ୍ତଙ୍କ ଲକ୍ଷାଧିକ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଡ.ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପିଲାବେଳୁ ଆଜି ପର୍ଯ୍ୟନ୍ତ ଜନ୍ମ ଦିନ ପାଳନ କଣ ସେ ଜାଣି ନାହାନ୍ତି। ସେ କହିଛନ୍ତି, ଜନ୍ମ ପାଳନ କରି ନ ପାରେ ମାତ୍ର ଯେଉଁ ମାନେ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି ଓ ତାଙ୍କ କାମ କାମକୁ ନିରନ୍ତର ସ୍ୱୀକୃତି ପ୍ରଦାନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ଅବସରରେ କିଟ୍‌ ଓ କିସ୍‌ ପରିବାରର ସମସ୍ତ ସଦସ୍ୟଙ୍କ ମୁହଁର ହସ, କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣ ଓ ଓଡ଼ିଶା ହେଉଛି ମୋ ପାଇଁ ମୋ ଜନ୍ମଦିନର ସବୁଠାରୁ ବଡ଼ ଉପହାର ବୋଲି ଡ.ସାମନ୍ତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.