Below header

ଶିବ ପ୍ରସାଦ ଦାସ ଓ ଅଶୋକ ମହାନ୍ତିଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟ ଓ ଦେଶକୁ ପାରା ବ୍ୟାଡ୍‌ମିଣ୍ଟନ୍‌ କ୍ଷେତ୍ରରେ ସଫଳ ଖେଳାଳି ପ୍ରଦାନ କରିଥିବା କୋଚ୍‌ ଶିବ ପ୍ରସାଦ ଦାସଙ୍କୁ ମିଳିବ କମଲ ଗାଙ୍ଗୁଲି କ୍ରୀଡ଼ା ପୁରସ୍କାର । ୨୦୧୯ ବର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଜଣେ କ୍ରୀଡ଼ାବିତ ଓ ବରିଷ୍ଠ କ୍ରୀଡ଼ା ପ୍ରଶାସକ ଭାବେ ଖ୍ୟାତି ଅର୍ଜନ କରିଥିବା ଅଶୋକ କୁମାର ମହାନ୍ତିଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ପୁରସ୍କୃତ କରାଯିବ । ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ଏବଂ ମାରୁତି ଇଷ୍ଟେଟ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଆନୁକୂଲ୍ୟରେ ୨୦୧୨ରୁ ଏହି ପୁରସ୍କାର ଦିଆଯାଇ ଆସୁଛି । ପ୍ରଖ୍ୟାତ କ୍ରିକେଟ୍‌ କୋଚ୍‌ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ସହିଦ ସ୍ପୋର୍ଟିଂ ତରଫରୁ ପୁରସ୍କାର ପ୍ରଦାନ କରାଯାଉଛି । ଏ ସମ୍ପର୍କରେ କ୍ଲବ୍‌ର ସମ୍ପାଦକ ପଙ୍କଜ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.