Below header

ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲର ଆଜି ତୃତୀୟ ସଂଧ୍ୟା, ପ୍ରଦର୍ଶିତ ହେଲା ହିଂମାଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘କହେ ବଲ୍ଲଭ’

କେନ୍ୟୁଜ୍(ବ୍ୟୁରୋ): କିଟ୍‌ କ୍ୟାମ୍ପସରେ ଚାଲିଥିବା ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲର ଆଜି ତୃତୀୟ ସଂଧ୍ୟା । ଆଜି ପ୍ରଦର୍ଶିତ ହୋଇଛି ହିଂମାଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ କହେ ବଲ୍ଲଭ । କାଦମ୍ବିନୀ ମିଡିଆ ପ୍ରସ୍ତୁତି ଡ. ଇତି ସାମନ୍ତଙ୍କ ପ୍ରଯୋଜିତ ‘କହେ ବଲ୍ଲଭ’ ଭଦ୍ରକର ବହୁ ପ୍ରାଚୀନ ଲୋକନାଟ୍ୟ ମୋଗଲ ତାମସା ଉପରେ ଆଧାରିତ । ସେହିପରି ସୁବ୍ରତ ସେନଙ୍କ କାଲିଦୂର, ସୁବର୍ଣ୍ଣୋ ସେନଜୁତିଙ୍କ ମୀନାଲପ, ଶ୍ରୀଚିତା ଦାସଙ୍କ ପୋଷାରିଣୀ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଛି । ଆସନ୍ତା ୨୨ ତାରିଖ ଯାଏ ଚାଲିବ ଏହି କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ । ଏଥିର ବିଭିନ୍ନ ଦେଶରୁ ଆସିଥିବା ୫୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଓ ୧୫ଟି ଫିଲ୍ମ ପ୍ରଦର୍ଶନ କରାଯାଉଛି। ମୁଖ୍ୟତଃ ଏହି ଚଳଚ୍ଚିତ୍ରଗୁଡ଼ିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ । ଏଥିରେ ପ୍ରଥମ ବେଷ୍ଟ ମୁଭିକୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଦ୍ୱିତୀୟ ବେଷ୍ଟ ମୁଭିକୁ ପଚାଶ ହଜାର ଏବଂ ତୃତୀୟ ବେଷ୍ଟ ମୁଭିକୁ ତିରିଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଫିଲ୍ମ ଗୁଡିକୁ ଦର୍ଶକମାନେ ମାଗଣାରେ ଦେଖିପାରିବେ । ଆଜି ପ୍ରଦର୍ଶିତ ଚଳଚ୍ଚିତ୍ର ଦେଖିବା ପାଇଁ ବହୁ ସାହିତ୍ୟିକ, କଳାପ୍ରେମୀ, ଥିଏଟର କଳାକାରଙ୍କ ଭିଡ଼ ଜମିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.