Below header

ନିଶା ଦେଇ ମାଛ ବେପାରୀଙ୍କୁ ଲୁଟ୍: ଦମ୍ପତିଙ୍କ ଉପରେ ସ୍ପ୍ରେ କରି ଲୁଟିନେଲେ ଟଙ୍କା ଓ ମୋବାଇଲ

ନିଶା ସ୍ପ୍ରେ କରି ମାଛ ବ୍ୟବସାୟୀଙ୍କ ଠାରୁ ଲୁଟ କଲେ ଦୁର୍ବୃତ୍ତ। ଘଟଣା ଘଟିଛି କଟକର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଗେଟ ନିକଟରେ। ଏଠାରେ ପବିତ୍ର ବେହେରା ଓ ତାଙ୍କ ପତ୍ନୀ ସୁଷମା ବେହେରା ଲୁଟର ଶିକାର ହୋଇଛନ୍ତି।

କଟକ (କେନ୍ୟୁଜ): ନିଶା ସ୍ପ୍ରେ କରି ମାଛ ବ୍ୟବସାୟୀଙ୍କ ଠାରୁ ଲୁଟ କଲେ ଦୁର୍ବୃତ୍ତ। ଘଟଣା ଘଟିଛି କଟକର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଗେଟ ନିକଟରେ। ଏଠାରେ ପବିତ୍ର ବେହେରା ଓ ତାଙ୍କ ପତ୍ନୀ ସୁଷମା ବେହେରା ଲୁଟର ଶିକାର ହୋଇଛନ୍ତି। ଦୁଇ ଜଣ ବାଇକ୍ ଆରୋହୀ ନିଶା ସ୍ପ୍ରେ କରି ସେମାନଙ୍କ ଠାରୁ ଟଙ୍କା, ଦୁଇଟି ମୋବାଇଲ୍‌ ଓ ମାଛ ଲୁଟ କରି ନେଇଛନ୍ତି ।

ସୂଚନା ଅନୁସାରେ ରବିବାର ଥିବାରୁ ସେମାନେ ରାସ୍ତା କଡ଼ରେ ନିଜର ବ୍ୟବସାୟ କରୁଥିଲେ। ତେବେ ସାମାନ୍ୟ ଭିଡ଼ କମିବା ପରେ ଦୁଇ ଜଣ ବାଇକ ଆରୋହୀ ମାଛ କିଣିବାକୁ ବେହେରା ଦମ୍ପତିଙ୍କ ଦୋକାନରେ ପହଞ୍ଚିଥିଲେ। ସେମାନେ ଚୁଙ୍ଗୁଡ଼ିର ଦାମ ମଧ୍ୟ ପଚାରିଥିଲେ। ତେବେ ହଠାତ ଦୁଇ ଯୁବକ କିଛି ନିଶା ମିଶା ସ୍ପ୍ରେକୁ ଦମ୍ପତିଙ୍କ ମୁହଁରେ ପକାଇ ଦେଇଥିଲେ। ଫଳରେ ସେମାନେ ଅଚେତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ଯୁବକ ଦମ୍ପତିଙ୍କର ସମସ୍ତ ଟଙ୍କା, ଦୁଇଟି ମୋବାଇଲ୍‌ ଓ ଚିଙ୍ଗୁଡ଼ି ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ବାରଙ୍ଗ ପୋଲିସକୁ ସୂଚନା ଦେବା ପରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତି କରିଇଛି । ଉଭୟେ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ସେମାନଙ୍କ ଚେତାଫେରିବା ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି କହିଛନ୍ତି ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.