Below header

ଭୁଲ ଚିକିତ୍ସା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

କେନ୍ଦୁଝର ଜିଲ୍ଲା ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିବା ପରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିବା ପରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ ଘଟଗାଁ ବ୍ଲକ ଅନ୍ତର୍ଗତ ବଡମସିଣାବିଲା ଗ୍ରାମ ହାତୀବାରି ସାହିର ସୁରେଶ ବେହେରାଙ୍କ ଥଣ୍ଡା ଜ୍ଵର ହୋଇଥିବାରୁ ପରିବାର ଲୋକେ ଆଜି ସକାଳେ ଘଟଗାଁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଏଠାରେ ନିୟୋଜିତ ଥିବା ଡାକ୍ତର ମୁକ୍ତିକାନ୍ତ ନାୟକ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ଏକ ଇଂଜେକସନ ଦିଆଯିବା ପରେ ରୋଗୀର ସ୍ୱାସ୍ଥ୍ୟ ଗୁରୁତର ହୋଇପଡିଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟଚିକିତ୍ସଳୟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ଡାକ୍ତର।

ଆମ୍ବୁଲାନ୍ସ ଆସିବା ପରେ ରୋଗୀକୁ ଆମ୍ବୁଲାନ୍ସକୁ ନିଆଯାଇଥିଲା ହେଲେ ସେତେବେଳେକୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ରୋଗୀର ମୃତ୍ୟୁ ଘଟିଯାଇଥିବା ଜାଣି ଡ୍ରାଇଭର ଗାଡ଼ିରେ ନେବାକୁ ପରିବାର ଲୋକଙ୍କୁ ବାରଣ କରିଥିଲେ।ସାମାନ୍ୟ ଥଣ୍ଡା ଜ୍ଵରରେ ଇଂଜେକସନ ଦେବାପରେ ରୋଗୀର କିପରି ହଠାତ ମୃତ୍ୟୁ ଘଟିଲା ତାହାକୁ ପରିବାର ଲୋକେ ସହଜରେ ଗ୍ରହଣ କରିନଥିଲେ। ଯଦି ରୋଗୀଙ୍କ ମୃତ୍ୟୁଘଟିଥିଲା ତେବେ କାହିଁକି ଡାକ୍ତର ତାଙ୍କୁ କେନ୍ଦୁଝର ରେଫର ନିମନ୍ତେ ନିର୍ଦେଶ ଦେଇଥିଲେ।

ତେଣୁ ଭୂଲ ଚିକିତ୍ସା ପାଇଁ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିବା ସହ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ପରିବାର ସଦସ୍ୟଙ୍କୁ ବୁଝାସୁଝା କରିଥିଲେ। ହେଲେ ପରିବାର ସଦସ୍ୟ ନିଜ ଜିଦରେ ଅଟଳ ରହି ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟକେନ୍ଦ୍ରରେ ହୋହାଲ୍ଲା କରିଥିଲେ।

ଦୀର୍ଘ ସମୟର ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିବା ସହ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପଟେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ମୁକ୍ତିକାନ୍ତ ନାୟକ ପଚାରିବାରୁ ଭୁଲ ଚିକିତ୍ସା ଘଟଣାକୁ ଅସ୍ବୀକାର କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.