ଖୁସି ଖବର : ୩ ପ୍ରତିଶତ ବଢ଼ିପାରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା, ଗତ ୧ ଜୁଲାଇରୁ ହୋଇପାରେ ଲାଗୁ

ଭାରତ ସରକାର କୋଟିଏରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆଣିପାରନ୍ତି ଖୁସି ଖବର । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧିପାଇ ୪୫ ପ୍ରତିଶତ ହୋଇପାରେ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ଡିଏ ରହିଛି ୪୨ ପ୍ରତିଶତରେ ।

ନୂଆଦିଲ୍ଲୀ : ଭାରତ ସରକାର କୋଟିଏରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆଣିପାରନ୍ତି ଖୁସି ଖବର । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୩ ପ୍ରତିଶତ ବୃଦ୍ଧିପାଇ ୪୫ ପ୍ରତିଶତ ହୋଇପାରେ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ଡିଏ ରହିଛି ୪୨ ପ୍ରତିଶତରେ । ମହଙ୍ଗା ଭତ୍ତା ପ୍ରତି ମାସ ଲେବର ବ୍ୟୁରୋ ଦ୍ୱାରା ଜାରି କରାଯିବାକୁ ଥିବା ଶ୍ରମିକ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW) ଆଧାର ଉପରେ କରାଯାଇଥାଏ ।

୩ ପ୍ରତିଶତ ହୋଇପାରେ ବୃଦ୍ଧି

ଆମେ ୪ ପ୍ରତିଶତ ଡିଏ ବୃଦ୍ଧି ପାଇଁ ଆମେ ଦାବି କରିଥିଲୁ, ହେଲେ ସରକାର ୩ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି ବୋଲି ଅଲ ଇଣ୍ଡିଆ ରେଲେଓ୍ଵ ମେନ ଫେଡେରେସନ ମହାସଚିବ କହିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଡିଏ ବୃଦ୍ଧିର ପ୍ରସ୍ତାବ ପ୍ରସ୍ତୁତି କରିବ ଓ ଏହାର ମଞ୍ଜୁର ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ମୁଖରେ ରଖିବ । ଡିଏ ବୃଦ୍ଧି ୧ ଜୁଲାଇରୁ କାର୍ଯ୍ୟକାରୀ ହେବ । ଏବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୪୨ ପ୍ରତିଶତରେ ଥିବା ବେଳେ ଏହା ବୃଦ୍ଧି ପାଇ ୪୫ ରେ ରହିଛି । ଶେଷ ଥର ପାଇଁ ଡିଏର ଶେଷ ସଂଶୋଧନ ୨୪ ମାର୍ଚ୍ଚ ୨୦୨୩ରେ ହୋଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.