ଝାରସୁଗୁଡ଼ା: PCR ଗାଡ଼ି ସହ ଲୁଟେରାଙ୍କ ବାଇକ୍‌ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଖେରୁଆଲ ବାହାଲରେ PCR ଗାଡ଼ି ସହ ଲୁଟେରାଙ୍କ ବାଇକ୍‌ ଧକ୍କା । ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । ମୃତକଙ୍କ ନାଁ ଧର୍ମେନ୍ଦ୍ର ଖଡ଼ିଆ ଓ ଗୁରୁତର ଆହତ ହେଲେ ସପନ ଖଡ଼ିଆ । ସପନକୁ ସ୍ଥାନୀୟ ଟିଆରଏଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଆଜି ବନ୍ଧବାହାଲ ଫାଣ୍ଡି ଅଞ୍ଚଳରେ ଏକ ଘରେ ଡକାୟତି ଅଭିଯୋଗ ହୋଇଥିଲା । ସେମାନେ ବେହେରାଗୁଡ଼ା ଆଡ଼କୁ ଯାଉଥିବା ନେଇ ଲଖନପୁର ଥାନା ପୋଲିସକୁ ବନ୍ଧବାହାଲ ଫାଣ୍ଡି ସୂଚନା ଦେଇଥିଲା । ଗୋଟିଏପଟେ ବନ୍ଧବାହାଲ ଫାଣ୍ଡି ଓ ଅନ୍ୟଆଡୁ ଲଖନପୁର ପୋଲିସ ଡକାୟତଙ୍କୁ ଗୋଡ଼େଇଥିଲେ । ଖେରୁଆଲ ବାହାଲ ଗାଁରେ ବନ୍ଧବାହାଲ ଥାନା ପିସିଆର ସହ ଡକାୟତଙ୍କ ବାଇକ ଧକ୍କା ହୋଇଥିଲା । ଘଟଣାସ୍ଥଳରୁ ଏକ ମାଉଜର ଜବତ ହୋଇଛି ।

Leave A Reply

Your email address will not be published.