Below header

ଆଜି ଓଡ଼ିଶା ଛାଡ଼ିବେ ଆଣ୍ଡାମାନର ସମୁଦ୍ର ମଣିଷ ଅମ୍ରିତ କୁଜୁର, ଆସନ୍ତାକାଲି କୋଲକାତାରୁ ପୋର୍ଟବ୍ଲେୟାର ଯିବେ

ପୁରୀ(କେନ୍ୟୁଜ୍):  ଜଗନ୍ନାଥ ଧାମ ପୁରୀରୁ ଆତିଥ୍ୟ ଓ ସେବା ପାଇ ଘରକୁ ଫେରୁଛନ୍ତି ଆଣ୍ଡାମାନ-ନିକୋବରର ଅମ୍ରିତ କୁଜୁର୍ । କିଛି ସମୟ ପରେ ଭୁବନେଶ୍ୱରରୁ ବିମାନ ଯୋଗେ କୋଲକାତା ଯିବେ । ଆସନ୍ତାକାଲି କୋଲକାତାରୁ ପୋର୍ଟବ୍ଲେୟାର ଯିବେ। ଅମ୍ରିତଙ୍କ ସୁବିଧା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ତାଙ୍କ ସହ ଆଣ୍ଡାମାନ ଯାଉଛନ୍ତି । ଅମ୍ରିତଙ୍କ ସବୁ ଖର୍ଚ୍ଚ ପୁରୀ ଜିଲ୍ଲା ପ୍ରଶାସନ ବହନ କରୁଛି। ୪୯ ବର୍ଷୀୟ ଅମ୍ରିତ କୁଜୁର ଆଣ୍ଡମାନ ଏବଂ ନିକୋବରର ସହିଦ ଦ୍ୱୀପର ବାସିନ୍ଦା। ଡଙ୍ଗାରେ ଯାଇ ସମୁଦ୍ର ଭିତରେ ଅନ୍ୟ ଜାହାଜ ଯାତ୍ରୀଙ୍କୁ ପିଇବା ପାଣି ଯୋଗାଇ ରୋଜଗାର କରନ୍ତି ଅମ୍ରିତ ।

ସେପ୍ଟେମ୍ବର ୨୮ରେ ଅମ୍ରିତ ତାଙ୍କ ସହଯୋଗୀ ଦିବ୍ୟରଂଜନଙ୍କ ସହ ସମୁଦ୍ର ଭିତରକୁ ଆସିଥିଲେ । ସମୁଦ୍ରରେ ଝଡ଼ ଯୋଗୁ ଦିଗହରା ହୋଇଯାଇଥିଲେ ଅମ୍ରିତ। ନ ଖାଇ ନ ପିଇ ୨୮ ଦିନ ସମୁଦ୍ର ଭିତରେ ରହିଲେ । ଏହା ମଝିରେ ଦିବ୍ୟରଂଜନଙ୍କ ମୃତ୍ୟୁ ହୋଇଥିଲା। ଅମ୍ରିତ କିନ୍ତୁ ଜୀବନ ଯୁଦ୍ଧରେ ହାରି ନଥିଲେ । ସଂଘର୍ଷ କରି ୨୫ ତାରିଖ ରାତିରେ, ଚିଲିକା ଉପକୂଳ ରାଜହଂସ ନିକଟରେ ଲାଗିଥିଲା ତାଙ୍କ ଡଙ୍ଗା। ତୁରନ୍ତ ସାହାଯ୍ୟ ପାଇଁ ପହଞ୍ଚିଥିଲେ ନିକଟରେ ଥିବା ଖିରିସାହି ବାସିନ୍ଦା। ପୋଲିସ ପହଞ୍ଚିବା ପରେ ତାଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ମେଡିକାଲ ଓ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେ ସୁସ୍ଥ ହୋଇ ଏବେ ଘରକୁ ଫେରୁଛନ୍ତି। ତାଙ୍କ ସଂଘର୍ଷ, ଅବିଶ୍ୱସନୀୟ। ଅଲୌକିକ ଶକ୍ତି ତାଙ୍କୁ ପହଞ୍ଚାଇ ଦେଇଥିଲା ଜଗତରନାଥ ଜଗନ୍ନାଥଙ୍କ ପବିତ୍ରଭୂମି ପୂରୀରେ। ନୂଆ ଜୀବନ ପାଇଁ ସେ ଏବେ ଘରକୁ ବାହୁଡୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.