ପୁରୀ: ମହଙ୍ଗା ପଡିଲା କମେଣ୍ଟ ମରା, ରୋଡ ରୋମିଓଙ୍କୁ ସାବାଡ କଲେ କଲେଜ ଛାତ୍ରୀ

ପୁରୀ(କେନ୍ୟୁଜ୍): ରୋଡ ରୋମିଓଙ୍କୁ ସାବାଡ କଲେ କଲେଜ ଛାତ୍ରୀ । ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା । ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ୩ ଜଣ ଯୁବକ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ଚାଲିଯାଉଥିବା ବେଳେ ଛାତ୍ରୀ ଓ ସ୍ଥାନୀୟ ଲୋକ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ପରେ ପୋଲିସର ଜିମା ଦିଆଯାଇଥିଲା । ଛାତ୍ରୀଙ୍କ ସାହାସିକତାକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ । ୨ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ଯୁବକକୁ କାବୁ କରିଥିଲେ ଛାତ୍ରୀ । ଅନ୍ୟପଟେ ଯୁବକ ଜଣକ କହିଛନ୍ତି, ମଦ ନିଶାରେ ଏଭଳି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.