Below header

ଯାଜପୁର: ଗାଁରେ ପହଞ୍ଚିଲା ସେନା ବାହିନୀରେ କାର୍ଯ୍ୟରତ ସୁବେଦାର ମେଜରଙ୍କ ମରଶରୀର, ଶୋକାକୂଳ ହେଲା ଗାଁ

ଯାଜପୁର(କେନ୍ୟୁଜ୍):   ଜାମ୍ମୁ କାଶ୍ମୀର ବାରମୂଳାରେ ସେନା ବାହିନୀରେ କାର୍ଯ୍ୟରତ ସୁବେଦାର ମେଜର ଅଜୟ କୁମାର ମହାନ୍ତିଙ୍କ ମରଶରୀର ଆଜି ନିଜ ଗାଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ଗ୍ରାମରେ ପହଞ୍ଚିଛି । ଗାଁରେ ମରଶରୀର ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁର ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏକ ଶୋଭାଯାତ୍ରାରେ ସାମିଲ ହୋଇ ସହୀଦ ଯବାନ ଅମର ରହେ ସ୍ଲୋଗାନ ଦେଇ ମରଶରୀରକୁ ପାଛୋଟି ନେଇଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ଦିନ ଶ୍ରୀନଗର ସ୍ଥିତ ନୁରା ହସ୍ପିଟାଲରେ ଅଜୟଙ୍କୁ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ଦୃଦଘାତରେ ପରଲୋକ ହୋଇଯାଇଥିବା ସୂଚନା ମିଳିଥିଲା । ତେବେ ଆଜି ତାଙ୍କର ମୃତଦେହ ଗାଁରେ ପହଞ୍ଚିବା  ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ମାନ ପୂର୍ବକ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.