ପରିତ୍ୟକ୍ତ ଖଣିରେ ବନୀକରଣ ପାଇଁ ଯୋଜନା, ଖଣି ମାଲିକଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ବର(କେନ୍ୟୁଜ୍):   ଖଣିଜ ବହୁଳ ରାଜ୍ୟ ଓଡ଼ିଶା। ଅନେକ ଖଣିରୁ ଉତ୍ତୋଳନ ପରେ, ତାହା ଖାଲି ପଡି ରହୁଛି। ସେହି ସ୍ଥାନରେ ନବୀକରଣ କରାଯାଉ କିମ୍ବା ତାର ବିକାଶ କରାଯାଉ। ସେଠାରେ ଇକୋ ଟୁରଜିମ୍‌ କିପରି ସମ୍ଭବ ହୋଇ ପାରିବ ସେ ନେଇ ଉଦ୍ୟମ କରାଯାଉ। ଖଣି ମାଲିକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏହାସହ ଖଣିର ଆଖପାଖ ଅଂଚଳର ବିକାଶ ପାଇଁ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ୨୦୨୦ ମାର୍ଚ୍ଚ ୩୧ରେ ସରୁଛି ୨୪ଖଣିର ଲିଜ୍‌ ଅବଧି। ଖଣି ବନ୍ଦ ହେବ, ଉତ୍ପାଦନ କମିବ। ଏ ସବୁ ପ୍ରସଙ୍ଗରେ ଆଲୋଚନା ନେଇ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ଇଣ୍ଡିଆ ମାଇନିଂ କନ୍‌କ୍ଲେଭ ୨୦୧୯। ନୂଆ ଖଣି ନିଲାମ ହେବ। ନୂଆ ଲିଜ୍‌ଧାରୀ ଲିଜ ନେବାପରେ ମଧ୍ୟ ତୁରନ୍ତ ଖଣିଜ ପଦାର୍ଥ ଉତ୍ତୋଳନ କରିବାକୁ ସମର୍ଥ ହେବେନାହିଁ। କାରଣ ଜଙ୍ଗଲ ଓ ପରିବେଶ ମଂଜୁରୀ ମିଳିବାକୁ ୨ରୁ ୩ ବର୍ଷ ଲାଗିବ । ଏହି ସମସ୍ୟା ଦୂର କରିବାକୁ ନୂଆ ଖଣି ମାଲିକଙ୍କୁ ପୁରୁଣା ଜଙ୍ଗଲ ଅନୁମତି ଅନୁସାରେ ଅତି କମ୍‌ରେ ଦୁଇ ବର୍ଷ ଖନନ ପାଇଁ ଅନୁମତି ପାଇଁ ଦାବି କରିଛି ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ।

ରାଜ୍ୟରେ ଯେଉଁ ୨୪ଟି ଖଣିର ଲିଜ୍‌ ଅବଧି ସରିବ, ତାହା ସାରା ରାଜ୍ୟର ୫୦ପ୍ରତିଶତ ଚାହିଦା ପୂରଣ କରୁଥିବା ବେଳେ ସମଗ୍ର ଦେଶର ଏକ ଚତୁର୍ଥାଂଶ ଚାହିଦା ମେଣ୍ଟାଇଥାଏ। ସେହି ଖଣିର ଲିଜ୍‌ ଅବଧି ସରିବା ଏବଂ ନୂଆ ଖଣିରୁ ଉତ୍ପାଦନ ଆରମ୍ଭ ହେବାକୁ ସମୟ ଲାଗିବ। ଯାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.