ଯାଜପୁର: ଉଦଯାପିତ ହେଲା ଜୋନସ୍ତରୀୟ ଆନ୍ତଃମହାବିଦ୍ୟାଳୟ ପୁରୁଷ କବାଡି ପ୍ରତିଯୋଗିତା, ମୁଗୁପାଳକୁ ହରାଇ ଯାଜପୁର ଚିତ୍ତାଳୋ ମହାବିଦ୍ୟାଳୟ ଚାମ୍ପିଅନ

ଯାଜପୁର(କେନ୍ୟୁଜ୍): ଉଦଯାପିତ ହୋଇଯାଇଛି ଜାରକା ଷ୍ଟାଡିୟମରେ ଦୁଇ ଦିନ ଧରି ଚାଲିଥିବା ଜୋନସ୍ତରୀୟ ଆନ୍ତଃମହାବିଦ୍ୟାଳୟ ପୁରୁଷ କବାଡି ପ୍ରତିଯୋଗିତା। ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟ ମୁଗୁପାଳକୁ ପରାସ୍ତ କରି ଯାଜପୁରର ଚିତ୍ତାଳୋ ମହାବିଦ୍ୟାଳୟ ଚାମ୍ପିଅନ ହୋଇଛି। ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରାୟୋଜିତରେ ଧର୍ମଶାଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ୨୪ଟି କଲେଜର କବାଡି ଖେଳାଳୀ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି, ଧର୍ମଶାଳା ମହାବିଦ୍ୟାଳୟ ଅଧକ୍ଷ ଶୁଭ୍ରାଂଶୁ ପଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଟିମକୁ ଚାମ୍ପିଅନ ଟ୍ରଫି ଓ ଉପ ବିଜେତା ଟିମକୁ ରନର ଅପ ଟ୍ରଫି ପ୍ରଦାନ କରିଥିଲେ। ଏହି ପ୍ରତିଯୋଗୀତାକୁ ୧୨ଜଣ ଅଫିସିଆଲ ଓ ମହାବିଦ୍ୟାଳୟର ଅଧ୍ୟାପକ ପରିଚାଳନା କରିଥିବା ବେଳେ ଏଠାରୁ ସଫଳତା ହାସଲ କରିଥିବା କବାଡି ଟିମ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଧର୍ମଶାଳାରେ ଏହି ଜୋନସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ ହୋଇଥିବାରୁ ଉଭୟ ଖେଳାଳି ଓ ଅଫିସିଆଲ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.