ଯାଜପୁର ଟାଉନ: ସଦର ଥାନା ମିରପାଟଣାରେ ଅଭାବନୀୟ ଘଟଣା, ଦୁର୍ବୃତ୍ତଙ୍କ କଟୁରୀ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ସଦର ଥାନା ମିରପାଟଣା ଗ୍ରାମରେ ଦୁର୍ବୃତ୍ତଙ୍କ କଟୁରୀ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ । ମୃତକ ମିରପାଟଣା ଗ୍ରାମର ଆଦିକନ୍ଦ ବିଶ୍ଵାଳ ଜଣାପଡିଛି । ସେ ଆଜି ସନ୍ଧ୍ୟାରେ ହରିପୁର ବଜାରରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ଘର ନିକଟରେ ଅନ୍ଧାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତି କରାଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପଡୋଶୀ ଲୋକେ ହତ୍ୟାକାଣ୍ଡ ଭିଆଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 

 

Leave A Reply

Your email address will not be published.