Below header

ଯାଜପୁର: ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଶିଳାନ୍ୟାସ ହେଲା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଯୋଗଦେଲେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ

ଯାଜପୁର(କେନ୍ୟୁଜ୍): ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମାରାଥନ୍ ଶିଳାନ୍ୟାସ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ଟି ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରେଖିଦେଇପୁର ଠାରୁ ବାଲିକୁଦା, ଏନଏଚ-୫ ଠାରୁ ଶ୍ରୀବନ୍ତପୁର, ଅରାବଳ ଠାରୁ ମହନପୁର, ଏନଏଚ-୨୦୦ ଠାରୁ ବାରକଣା, ରାଉତରାପୁର ଠାରୁ କୁଣ୍ଡପାଟଣା ପର୍ଯ୍ୟନ୍ତ ପାଖାପାଖି ୪କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ରାସ୍ତା ନିର୍ମାଣ ହେବ । ଫଳରେ ସ୍ଥାନୀୟ ଅଂଚଳର ହଜାର ହଜାର ଜନସାଧାରଣ ଗମନାଗମନର ସୁବିଧା ପାଇପାରିବେ । ଏହି ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.